ଓଡିଶା ଖବର

ଲୋକନାଥଦେବଙ୍କ ପଙ୍କୋଦ୍ଧାର ଓ ମହାଶିବରାତ୍ରି ପାଇଁ ବୈଠକ ଅନୁଷ୍ଠିତ।

ପୁରୀ ୫/୨ (AKN NEWS): ମାର୍ଚ୍ଚ ମାସ ୮ ତାରିଖରେ ମହାଶିବରାତ୍ରି।ଲୋକନାଥ ପୀଠ ରେ ପ୍ରଭୁ ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା କୁ ସୁଚାରୁରୂପେ ପରିଚାଳନା ପାଇଁ ଏକ ବୈଠକ ଆଜି ଅପରାହ୍ନରେ ଉପଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଉପଜିଲ୍ଲାପାଳ ଭବତାରଣ ସାହୁ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ରେ ବିପୁଳ ଜନସମାଗମ ହୋଇ ଥାଏ।ତେଣୁ ଚଳିତ ଯାତ୍ରା କୁ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପରିଚାଳନା ସହ ଯେପରି ଶ୍ରଦ୍ଧାଳୁ ମାନେ ଏକ ସୁଖଦ ଅନୁଭୂତି ନେଇ ଯିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ମାର୍ଚ୍ଚ ୬ ତାରିଖରେ ହେବାକୁ ଥିବା ପଙ୍କୋଦ୍ଧର ଏକାଦଶୀ ଓ ଜାଗର ଯାତ୍ରାର ନିତୀକାନ୍ତି ସମୟ ନିର୍ଘଣ୍ଟ ର ସୂଚନା ଦେବା ସହ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସେ ଆଲୋକପାତ କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା, ପାର୍କିଂ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ,ପରିଷ୍କାର ପରିଛନ୍ନତା,ପରିମଳ ବ୍ୟବସ୍ଥା, ବିଦ୍ୟୁତ ବ୍ୟବସ୍ଥା, ବ୍ୟାରିକେଡ ବ୍ୟବସ୍ଥା, ଅଗ୍ନି ନିର୍ବାପକ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର,ଆମ୍ବୁଲାନ୍ସ ବ୍ୟବସ୍ଥା, ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇ ସଠିକ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ପଙ୍କୋଦ୍ଧାର ପାଇଁ ୬ ତାରିଖ ରାତ୍ର ୨ଟାରୁ ପହୁଡ଼ ଦ୍ୱାର ଖୋଲା, ରାତ୍ର ୩ଟାରୁ ମଙ୍ଗଳ ଆରତୀ, ଅବକାଶ ଇତ୍ୟାଦି, ରାତ୍ର ୪ ଟାରୁ ସକାଳ ୬ ଘଟିକା ମଧ୍ୟରେ ସକାଳ ଧୂପ,ସକାଳ ୬ ରୁ ୭ ଟା ମଧ୍ୟରେ ମଧ୍ୟାହ୍ନ ଧୂପ,୭ ଟାରୁ ୮ ଟା ମଧ୍ୟରେ ଏକାଦଶୀ ଦର୍ଶନ,୮ଟାରୁ ଦିବା ୧୨ ଘଟିକା ମଧ୍ୟରେ ପଙ୍କୋଦ୍ଧାର କାର୍ଯ୍ୟକ୍ରମ ଓ ମାଘ ସ୍ନାନ, ଦିବା ୧୨ ଘଟିକାରୁ ରାତ୍ର ୯ ଘଟିକା ସର୍ବସାଧାରଣ ଦର୍ଶନ ଓ ରାତ୍ର ୯ ଘଟିକାରୁ ରାତ୍ର ୧୧ଟା ମଧ୍ୟରେ ଧୂପ ଓ ଅନ୍ୟାନ୍ୟ ନୀତି ଏବଂ ବଡସିଂହାର ବେଶ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି।ସେହିପରି ୮ ତାରିଖରେ ରାତ୍ର ୧୨.୩୦ ରୁ ପହୁଡ଼ ଓ ଦ୍ବାରଖୋଲା, ରାତ୍ର ୧ ଘଟିକାରୁ ୪ଟା ମଧ୍ୟରେ ମଙ୍ଗଳ ଆରତୀ, ଅବକାଶ, ସୂର୍ଯ୍ୟ ପୂଜା, ଭୋର ୪ ଟାରୁ ରାତ୍ର ୧୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ, ରାତ୍ର୧୦ ରୁ ରାତ୍ର ୨ ପର୍ଯ୍ୟନ୍ତ ବିଭିନ୍ନ ନୀତି, ରାତ୍ର ୩ ଘଟିକାରୁ ହରିହର ପୂଜା, ଭୋଗ ସମ୍ପନ୍ନ, ବଡ ସିଂହାର ବେଶ ଓ ମହଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ସାହୁ ସୂଚନା ଦେଇଥିଲେ।ଶେଷରେ ସଦର ତହସିଲଦାର ଅଭିଷେକ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ନିଯୋଗ, ପଙ୍କୋଦ୍ଧର ଏକାଦଶୀ ପାଳିଆ ସେବାୟତ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!