ଓଡିଶା ଖବର

ସୁଲେକେଲା ଗାଁରେ ନାବାଳିକା ଅଟକ ଥିବା ଘଟଣା ,ଦାଦନ ସର୍ଦାର ସମାରୁ ବନଛୋର କୁଗିରଫ ନକଲେ ଥାନା ଘେରାଉ କରିବ ପରିବାର, କାହାକୁ ସୁରକ୍ଷା ଦେଉଛି ବେଲପଡା ପୁଲିସ, ଗାଁ ରେ ପହଁଚି ତଦନ୍ତ ଆରମ୍ଭ କଲା ଶିଶୁ ମଙ୍ଗଳ କମିଟି

ପାଟଣାଗଡ଼,(AKN NEWS): ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ସୁଲେକେଲା ଗାଁର ଦାଦନ ଶ୍ରମିକ ନିର୍ଯାତନା ଘଟଣା ରେ ଆଜି ବଲାଙ୍ଗୀର ସି ଡ଼ବ୍ଲୁ ସି ର ସଦସ୍ୟ ସଦସ୍ୟା ମାନେ ଟିମ ପରିବାର ପାଖରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି |4 ଜଣିଆ ଏହି ତଦନ୍ତ କରି ଟିମ ଏହି ତଦନ୍ତ ଦଳ ରେ ଆସିଥିବା ବେଳେ ଏଥିରେ ଚେୟାରପାର୍ସନ ଲମ୍ବୋଦର ଦୀପ, ସଦସ୍ୟ ସୀତାରାମ ହୋତା, ସଦସ୍ୟା ସନ୍ଧ୍ୟାରାଣୀ ପଣ୍ଡା, ଏସ ଲତା ଶ୍ରୀ ପ୍ରମୁଖ ସାମିଲ ହୋଇଥିଲେ |ପ୍ରଥମେ ବେଲପଡା ଥାନା କୁ ପହଁଚି ସେଠାରୁ ପରିବାର ଲୋକଙ୍କ ପାଖକୁ ଆସିଥିଲେ ପରେ ପୁଲିସ ସହ ଆଲୋଚନା ପରେ ବଲାଙ୍ଗୀର ଜାଇଥିବା ଜଣାପଡୁଛି |ଅନ୍ୟପଟେ ଏତେ ବଡ଼ ଘଟଣା ପରେ ମଧ୍ୟ୍ୟ ଘଟଣା ର ମୁଖ୍ୟ ଅଭିଯୁକ୍ତ କୁହାଯାଉଥୁବା ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମାରୁ ବନଛୋର କୁ ବେଲପଡା ପୁଲିସ ଗିରଫ କରୁନାହିଁ |ତାକୁ ସୁରକ୍ଷା ଦେଇ ବଞ୍ଚାଇବାକୁ ପ୍ରୟାସ କରୁଥୁବା ଅଭିଯୋଗ ଅଭିଯୋଗ କରୁଛନ୍ତି ଲକ୍ଷ୍ମୀପ୍ରୀୟା | ସର୍ଦାର ଠାରୁ ପୁଲିସ ମୋଟା ଅଙ୍କର ଟଙ୍କା ଖାଇ ବନ୍ଧକ ନୁହେଁ ମାମୁ ଘରେ ନାବାଳିକା ଝିଅ ଥିବା କଥା କହୁଛି ବେଲପଡା ପୁଲିସ |ମୋ ଝିଅ କୁ କାହିଁକି ସେଠାରେ ଛାଡ଼ିବି ସାଙ୍ଗ ରେ ମୁ ମୋର ଦୃଷ୍ଟିହୀନ ଝିଅ କୁ ଆଣି ପାରିଲି କାହିଁକି ନାବାଳିକା ଝିଅ କୁ ସେଠାରେ ଛାଡ଼ିବି ବୋଲି ସେ କହିଛନ୍ତି |ପୁଲିସ ଘଟଣା କୁ ଅଭିଯୁକ୍ତ ମାନଙ୍କୁ ଖସାଇବାକୁ ମିଛ କାହାଣୀ କହୁଥୁବା ସ୍ତ୍ରୀ ଅଭିଯୋଗ ଆଣିଛନ୍ତି |ଯଦି ମତେ ନ୍ୟାୟ ନ ମିଳିଲେଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ ନକଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ମଧ୍ୟ୍ୟ ଚେତାବନୀ ଦେଇଛନ୍ତି |ମିଳିଥିବା ସୂଚନା ଅନୁସାରେ ଗତ ଜାନୁୟାରୀ 4 ତାରିଖ ରେ ତୁରକେଲା ଥାନା ତେନ୍ତୁଳୀଖୁଣ୍ଟି ଗାଁର ଦାଦନ ସର୍ଦାର ସମାରୁ ବନଛୋର ଙ୍କ ଠାରୁ 80 ହଜାର ଟଙ୍କା ବଇନା ନେଇ ବାହାର ରାଜ୍ୟ ତେଲେଙ୍ଗାନା ର ସାତନଗର ଅଂଚଳ କୁ ଦାଦନ ଖଟିବାକୁ ଯାଇଥିଲେ ସୁଲେକେଲା ଗାଁର କାହ୍ନୁ ମଳିକ |ସାଙ୍ଗରେ ନିଜ ସ୍ତ୍ରୀ ଲକ୍ଷ୍ମୀପ୍ରୀୟା, ଦିବ୍ୟାଙ୍ଗ ଝିଅ ଏବଂ ନାବାଳିକା ଅଙ୍କିତା କୁ ମଧ୍ୟ୍ୟ ନେଇଥିଲେ |ସେଠାରେ 2 ମାସ ଧରି କାମ କରିବା ପରେ ଅସୁସ୍ଥ ଅନୁଭବ କରିଥିଲେ କାହ୍ନୁ |ଇତାଭାଟି ମାଲିକ ଶଙ୍କର ନାୟକ ଏବଂ ସର୍ଦାର ସମାରୁ ବନଛୋର ନିର୍ଯାତନା ଏବଂ ଅତ୍ୟଧିକ କାମ ଯୋଗୁଁ ସମ୍ପୂର୍ଣ ଅସୁସ୍ଥ ହୋଇପଡିଲେ କାହ୍ନୁ |ଏନେଇ ସ୍ୱାମି ର ଚିକିତ୍ସା ପାଇଁ କହିବା ପରେ ମଧ୍ୟ୍ୟ କାହ୍ନୁ ର ଚିକିତ୍ସା କରିନଥିଲା ମାଲିକ |ଘର କୁ ଆସିବାକୁ କହିବା ପରେ ମଧ୍ୟ୍ୟ ଛାଡ଼ୁନଥିଲା |ନେଇଥିବା ବଇନା ଟଙ୍କା ଫେରାର ତା ପରେ ଘର କୁ ଯିବା କଥା ମାଲିକ କହୁଥୁଲା |ଶେଷରେ କାହ୍ନୁ ର ସ୍ୱାସ୍ଥ୍ୟବସ୍ଥା ସଙ୍ଗିନୀ ହେବାରୁ ନାବାଳିକା ଝିଅ କୁ ବନ୍ଧକ ରଖି କାହ୍ନୁ, ସ୍ତ୍ରୀ ଓ ଦିବ୍ୟାଙ୍ଗ ଝିଅ କୁ ଗାଁ କୁ ପଠାଇଦେଇଥିଲା ଇଟାଭାଟି ମାଲିକ |ଟଙ୍କା ପଠାଇବା ପରେ ଝିଅ କୁ ଛାଡିବି କହି ସେଠାରେ ଥିବା ତାଙ୍କ ସମ୍ପର୍କୀୟ ଙ୍କ ଘରେ ରଖିବାକୁ ନାବାଳିକା ଝିଅ କୁ ରଖିଥିଲା ଇଟାଭାଟି ମାଲିକ |ଏନେଇ ନିଜ ଅସୁସ୍ଥ ସ୍ୱାମୀ କୁ ଚିକିତ୍ସାକରୁଥୁବା ସମୟ ରେ ମଧ୍ୟ୍ୟ ନିଜ ପାଖରେ ଥିବା ଜମି କୁ ବନ୍ଧକ ରଖି ସର୍ଦାର ପାଖରେ 50 ହଜାର ଟଙ୍କା ପଠାଇଥିଲେ |ତା ପରେ ଝିଅ କୁ ଛାଡ଼ିନଥିଲା ସର୍ଦାର |ଆହୁରି 30 ହଜାର ଟଙ୍କା ଦାବି କରିବାରୁ ଶେଷରେ ନାବାଳିକା ଝିଅ କୁ ଝୁରି ଝୁରି ଜୀବନ ହାରି ଦେଇଥିଲେ ବାପା କାହ୍ନୁ |ପରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଝିଅ କୁ ଉଦ୍ଧାର କରିବାକୁ ପ୍ରଶାସନ ତତ୍ପରତା ଦିଆଖାଇଥିଲା |ପରିବାର କୁ ସବୁ ସୁବିଧା ପାଇଁ ପ୍ରତିଶୃତି ଦେଇଥିଳା କିନ୍ତୁ ଘଟଣା କୁ 6ଦିନ ବିତିଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରୁନି ପୁଲିସ |ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ |ଏବଂ ଉପଯୁକ୍ତ ନ୍ୟାୟ ପାଇଁ ଦାବି କରୁଛନ୍ତି |ନହେଲେ ଆଗାମୀ ଦିନରେ ବେଲପଡା ଥାନା ଘେରାଉ କରିବାକୁ ମଧ୍ୟ୍ୟ ଚେତାବନୀ ଦେଇଛନ୍ତି |

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!