ଓଡିଶା ଖବର

ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ କଲେଜ ଠାରେ ପ୍ରଜନନ ସ୍ବାସ୍ଥ୍ୟ ଓ ପରିବାର ନିୟୋଜନ ସମ୍ବଦ୍ଧିୟ କର୍ମଶାଳା

ନୂଆପଡା :୧୦.୦୨.(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ଡିଗ୍ରୀ କଲେଜ ଠାରେ ପ୍ରଜନନ ସ୍ବାସ୍ଥ୍ୟ ଓ ପରିବାର ନିୟୋଜନ ସମ୍ବଦ୍ଧିୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଏହି କର୍ମଶାଳାରେ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ରୂପେ ସି ୩ ମୁଖ୍ୟ ମୁକେଶ ବେହେରା, ଖଡିଆଳ ବ୍ଲକ ସ୍ବାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବାଲକେଶ ଚନ୍ଦ୍ର ଛତ୍ରିଆ ଯୋଗ ଦେଇ ମହିଳା ମାନେ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବା ସହ ପରିବାର ନିୟନ୍ତ୍ରଣ ଏବଂ ନିଜ ସ୍ବାସ୍ଥ୍ୟ ର ନିଜେ ଚିକିତ୍ସା ଜ୍ଞାନ ରହିବା ନେଇ ଆହ୍ବାନ କରିଥିଲେ। ସେହିପରି କଲେଜ୍ ଅଧ୍ୟାପିକା ମହେଶ୍ୱତା ପଣ୍ଡା ଏନ ଏସ ଏସ ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରାଧାନୀ, ପ୍ରମୁଖ ମଞ୍ଚାସିନ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କଲେଜ୍ କର୍ମଚାରୀ, ଛାତ୍ରୀମାନେ ଯୋଗ ଦେଇଥିଲେ।ଏହି ଉପଲକ୍ଷେ ବକୃତା ଏବଂ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୃତି ଛାତ୍ରୀଙ୍କୁ କଲେଜ୍ ଅଧ୍ୟକ୍ଷା ଉପହାର ପ୍ରଦାନ କରିଥିଲେ। ଶେଷ ରେ ପୁଷ୍ପାଞ୍ଜଳୀ ପ୍ରଧାନୀ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ।

ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!