ଓଡିଶା ଖବର
ଖଡିଆଳ କ୍ଲବ ପକ୍ଷ ରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ କ୍ଲବ ପକ୍ଷ ରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଖଡିଆଳ ବ୍ଲକ ସହ ପାଖାପାଖି ଶତାଧିକ ବୟସ୍କ ମହିଳା ପୁରୁଷ ମାନେ ଯୋଗ ଦେଇ ନିଜ ଚକ୍ଷୁ ଚିକିତ୍ସା କରିଥିଲେ। ଆବଶ୍ୟକ ଥିବା ନାଗରିକଙ୍କୁ ଚକ୍ଷୁ ଅସ୍ତ୍ରପ୍ରଚାର ପାଇଁ ନିଆ ଯିବା ସହ କ୍ଲବ ପକ୍ଷ ରୁ ବିଭିନ୍ନ ସମୟ ରେ ମଧ୍ୟ ସମାଜ ସେବା ମନୋବୃତ୍ତି ରଖି ଆଗକୁ କାର୍ଯ୍ୟ କରିବୁ ବୋଲି ଅନୁଷ୍ଠାନ ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ।
ଅନୁଷ୍ଠିତ ଚକ୍ଷୁ ଚିକିତ୍ସା ଶିବିରରେ ଖଡିଆଳ ନଗର ଅଧ୍ୟକ୍ଷ ଉଜ୍ଜଳ ଗୁପ୍ତା, ବରିଷ୍ଠ ସଦସ୍ୟ ଟୁନା ପଟ୍ଟନାୟକ, ଅଚୁତ୍ୟ ବହିଦାର,ମୁକେଶ ପଟ୍ଟନାୟକ, ସତାପାଲ ସିଂ,ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।
ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ AKN NEWS


