ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ସପ୍ତମ ବାର୍ଷିକ କ୍ରୀଡ଼ା ଉଦଘାଟିତ

(AKN NEWS): ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଦୁଇ ଦିନିଆ ସପ୍ତମ ବାର୍ଷିକ କ୍ରୀଡା ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଖଡ଼ିଆଳ ବ୍ଲକ ବି.ଇ.ଓ ଶ୍ରୀ କାହ୍ନୁ ଚରଣ ନାଏକ ,ପି. ଇ.ଟି ରାଜା ଏ ଟି ସ୍କୁଲ୍ ଶ୍ରୀ ରତନ ସିଂ ବାରିକ , ରିଟା ୟାର୍ଡ ଆର୍ମି ସୁରେନ୍ଦ୍ର କୁମାର ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାପତି ପ୍ରବୀଣ ଠାକୁର ଏବଂ ପ୍ରିନ୍ସିପଲ୍ ଶ୍ରୀମତୀ ମିନାକ୍ଷୀ ଦଣ୍ଡସେନା ଙ୍କ ସହ ମଞ୍ଚାସିନ ଥିଲେ । ଅତିଥି ମାନେ ଯୋଗଦାନ କରି ଖେଳ ଦ୍ୱାରା ଛାତ୍ରଛାତ୍ରୀଙ୍କ ମାନସିକ, ଶାରୀରିକ ଅଭିବୃଦ୍ଧି ହେବା ସହିତ ସ୍ୱାସ୍ଥ୍ୟ ସୁସ୍ଥ ରହିଥାଏ ବୋଲି କହିବା ସହିତ ଛାତ୍ରଛାତ୍ରୀ ମାନେ ଖେଳୁଆଲ ମନୋଭାବ ନେଇ ଖେଳକୁଦ କରିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସ୍କୁଲ ଟ୍ରଷ୍ଟି ପୁଷ୍ପାଞ୍ଜଳୀ ଠାକୁର ଦୀପ ପ୍ରଜ୍ବଳନ କରିଥିଲେ।କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଖେଳ ପରିଚାଳନାରେ ସହଯୋଗ କରୁଛନ୍ତି ।
ଛାତ୍ରଛାତ୍ରୀ ମାନେ ଖଡ଼ିଆଳ ସ୍ଥିତ ମାଁ ସମଲେଶ୍ବରୀ ମନ୍ଦିର ଠାରୁ ମଶାଲ ଆଣି ମଞ୍ଚରେ ସ୍ଥାପନ କରିଥିଲେ । ଛାତ୍ର ଓମ୍ କିଶୋର ଦଣ୍ଡସେନା ଏବଂ ଛାତ୍ରୀ ପରିଧି ମେହେର ଛାତ୍ର ଛାତ୍ରୀ ମାନଙ୍କୁ ଶପଥ ପାଠ କରାଇଥିଲେ।ପରେ ବିଭିନ୍ନ ପ୍ରକାର ଖେଳ ଅନୁଷ୍ଠିତ ହୋଇଥିଲା । ଶନିବାର ଉଦଯାପନୀ ଉତ୍ସଵରେ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ନିର୍ଦେଶକ ପ୍ରବୀଣ ରଞ୍ଜନ ଠାକୁର ଏବଂ ପ୍ରିନ୍ସିପଲ୍ ମିନାକ୍ଷୀ ଦଣ୍ଡସେନା ଯୋଗଦାନ କରି ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବେ ।
ନୂଆପଡା ରୁ ଓମ ପ୍ରକାଶ ଚୌଧୁରୀ AKN NEWS


