ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

(AKN NEWS): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ଲର୍କା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ବନ ବିହାରୀ ମେହେର ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପରେଶ ଚନ୍ଦ୍ର ମାଝୀଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିଲl ମୁଖ୍ୟ ଅତିଥି ଭାବରେ ବୋଡ଼େନ ବ୍ଲକ୍ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର୍ ମେହେର ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅବସର ଲର୍କା କ୍ଲଷ୍ଟର ସି ଆର୍ ସି ସି ସଂଯୋଗ ବାଗ, ଅବସର ବିଜ୍ଞାନ ଶିକ୍ଷକ ନକୁଲି ଚରଣ ସାହୁ , ଶିବରମନ୍ ସିଂ ଦେଓ , ଅବସର BEO ଜଗଦିଶ ଖମାରୀ, ହୃଷୀକେଶ ମେହେର ଶିବ ପ୍ରସାଦ ମୁଣ୍ଡ,ଶ୍ୟାମ ମୁଣ୍ଡ ଉପେନ୍ଦ୍ର ବେହେରା ଜିତେନ୍ଦ୍ର ବାବୁ , ବିଜ୍ଞାନ ଶିକ୍ଷକ ବସନ୍ତ ମେହେର, ହରେକୃଷ୍ଣ ବେହେରା ପରିଚାଳନା କମିଟି ସଭାପତି ବୈଷ୍ଣବ ପଟ୍ଟନାୟକ ରିତେଶ ଦୁରିଆ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ସଂସ୍କୃତ ଶିକ୍ଷକ ଗୋଲକ ଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ବିଦ୍ୟାଳୟର ପୁରାତନ ଛାତ୍ରୀ ମାନେ ବହୁ ପରିମାଣରେ ଯୋଗଦେଇଥିଲେ ଏବଂ ପ୍ରଧାନ ଶିକ୍ଷକ ବନବିହାରୀ ମେହେର ଙ୍କ ଅବସର ଜୀବନ ସୁଖମୟ ହେଉ ବୋଳି ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।
ନୂଆପଡା ଓମ ପ୍ରକାଶ ଚୌଧୁରୀ AKN NEWS


