ଓଡିଶା ଖବର

ଖଡ଼ିଆଳ ନଗର ଯାଦବ ସମାଜ ର ଯାଦବ ଭବନ ନିର୍ମାଣ ନେଇ ଜମି ଚିହ୍ନଟ

(AKN NEWS): ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନମ୍ୱର୍ ୮ ଠାରେ ଏକ ନଗର ଯାଦବ ସମାଜର ନିଜସ୍ୱ ପାଣ୍ଠି ରୁ ଯାଦବ ଭବନ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ ହୋଇଅଛି। ଖଡିଆଳ ତହସିଲ ଅନ୍ତର୍ଗତ ୱାର୍ଡ ନମ୍ୱର୍ ୮ ଠାରେ ଜମି ଚିହ୍ନଟ କରିଥିବା ବେଳେ ଆଜି ଭୂମି ପୂଜନ ହୋଇଅଛି। ସାମାଜିକ ସଂଗଠନ ସହାୟତା ଅର୍ଥ ରେ ସମାଜର ସାମାଜିକ ଏବଂ ମାଙ୍ଗଳିକ, ଆଧ୍ୟାତ୍ମିକ ସଭା ସମିତି ଏବଂ ଉତ୍ସବ ପାଳନ କରିବାକୁ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ହିତେଶ କୁମାର ବଗର୍ତ୍ତି, ଯାଦବ ସମାଜ ଖଡିଆଳ ନଗର ସଭାପତି ଶୁକ୍ର ବାଗ, କାର୍ଯ୍ୟକାରୀ ସଭାପତି

ସୁନିଳ କୁମାର ନାଗ, କୋଷାଧ୍ୟକ୍ଷ ହେମନ୍ତ ବନିଛୋର, ମିକୁନ ରାଉତ, ରୋହିତ ଯାଦବ, ଦୁର୍ଜନ ନାଗ,ପ୍ରଶାନ୍ତ କୁମାର ବନିଛୋର,କିଶୋର ଚନ୍ଦ୍ର କାଠର,ତୁକାରାମ ସାଗରିଆ, ଅଶୋକ ବାଗ,ମନୋଜ ହଂସ,ଜୟସିଂକେତକୀ,ଲିଙ୍ଗରାଜହଂସ,କାର୍ତ୍ତିକଭରାସଗରିଆ,ଆନନ୍ଦ ହଂସ ପ୍ରମୁଖ ଯୋଗ ଦେଇଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!