ଓଡିଶା ଖବର

ଭାଇ ବହୁ ସରପଞ୍ଚ କାର୍ଯ୍ୟ ସମ୍ପାଦନ କରୁଛନ୍ତି ଦେଢ଼ଶୁର ପ୍ରକ୍ସି ସରପଞ୍ଚ ବିରୁଦ୍ଧରେ ହେବ କି କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର :-12/02(AKN NEWS): ରାଜ୍ୟ ତଥା ଦେଶର ଅଧିକାଂଶ ଗ୍ରାମ ପଞ୍ଚାୟତରେ ଏବେ ପ୍ରକ୍ସି ସରପଞ୍ଚ ମାନେ ଗ୍ରାମ ପଞ୍ଚାୟତର କାର୍ଯ୍ୟ ସମ୍ପାଦନ କରୁଥିବା ନଜିର ଆସିଛି । ସ୍ତ୍ରୀ ସରପଞ୍ଚ ଥିଲେ ସ୍ୱାମୀ କାର୍ଯ୍ୟ ସମ୍ପାଦନ କରୁଛନ୍ତି,ମା ସରପଞ୍ଚ ଥିଲେ ପୁଅ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ଭାଇବହୁ ସରପଞ୍ଚ ଥିଲେ ଦେଢ଼ଶୁର କାର୍ଯ୍ୟ ସମ୍ପାଦନ କରୁଛନ୍ତି,ବହୁ ଯଦି ସରପଞ୍ଚ ଥିଲେ ଶଶୁର କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଗ୍ରାମ ପଞ୍ଚାୟତରେ ସ୍ୱଚ୍ଛତା ଆଣିବା ପାଇଁ ,ପଞ୍ଚାୟତରାଜ ଶାସନ ଆଇନକୁ ଦୁରୂପଯୋଗ ନକରିବା ପାଇଁ ଉଚ୍ଚ ନ୍ୟାୟାଳୟ ଗତ ଡିସେମ୍ବର ମାସରେ ପ୍ରସ୍କି ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ପ୍ରଣୟନ ହେବା ଦ୍ୱାରା ଗ୍ରାମ ପଞ୍ଚାୟତ ଶାସନକୁ ଅନ୍ୟ କେହି କାର୍ଯ୍ୟ ତୁଲାଇ ପାରିବେ ନାହିଁ । ଜନସାଧାରଣ ଉପଯୁକ୍ତ ଯୋଜନାରୁ ବଞ୍ଚିତ ହେବେ ନାହିଁ, ସରକାରୀ ଯୋଜନା ବାଟମାରଣା ହେବ ନାହିଁ । ଉଚ୍ଚ ନ୍ୟାୟାଳୟ ଏହି କଡ଼ାକଡ଼ି ଆଇନ ପ୍ରଣୟନ କରିଥିଲେ ମଧ୍ୟ ଆଇନକୁ ଖାତିର ନକରି ଅନେକ ପଞ୍ଚାୟତରେ ଏବେ ମଧ୍ୟ ନିଜେ ସରପଞ୍ଚ କାର୍ଯ୍ୟ ସମ୍ପାଦନ ନକରି ସମ୍ପର୍କୀୟ ମାନେ କାର୍ଯ୍ୟ ସମ୍ପାଦନ କରି ରାଜ କରୁଛନ୍ତି । ସରପଞ୍ଚଙ୍କ ସମ୍ପର୍କୀୟ ମାନେ ଜନସାଧାରଣଙ୍କୁ ଉପଯୁକ୍ତ ବ୍ୟବହାର ଦେଉ ନାହାନ୍ତି ,ଅନେକ ଜାଗାରେ ଗୁଣ୍ଡାଗର୍ଦି ଦେଖିବାକୁ ମିଳେ । ଏଭଳି ଏକ ଘଟଣା ଦେଖିବାକୁ ମିଲିଛି ବଲାଙ୍ଗୀର ଜିଲ୍ଲା ବେଳପଡ଼ା ବ୍ଲକ କପାଣି ଗ୍ରାମ ପଞ୍ଚାୟତରେ । ସରପଞ୍ଚ ନିଜେ ଗ୍ରାମ ପଞ୍ଚାୟତର କୌଣସି କାର୍ଯ୍ୟ ନିଜେ ସମ୍ପାଦନ କରୁନାହାନ୍ତି ସେଠାରେ ସରପଞ୍ଚଙ୍କ ଦେଢ଼ଶୁର ପଞ୍ଚାୟତ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଗ୍ରାମସଭା,ପଲ୍ଲିସଭାରେ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ହେଉଥିବା ସ୍ୱାଧୀନତା ଦିବସ, ସାଧାରଣତନ୍ତ୍ର ଦିବସରେ ସରପଞ୍ଚଙ୍କ ଦେଢ଼ଶୁର କାର୍ଯ୍ୟ ତୁଲାଇବା ସହ ପତାକା ଉତ୍ତୋଳନ ମଧ୍ୟ କରୁଛନ୍ତି ଓ ଅଭିଭାଷଣ ମଧ୍ୟ ପ୍ରଦାନ କରୁଛନ୍ତି । ବୁଦ୍ଧିଜୀବୀ,ସଚେତନ ନାଗରିକ ମାନେ ପ୍ରତିବାଦ କଲେ ଓଲଟା ଖୁଲାଖିଲି ଧମକ ଚମକ ଦେଉଛନ୍ତି,ଗାଳି ଦେଉଛନ୍ତି । କପାଣି ସରପଞ୍ଚ ଶ୍ରୀମତୀ ଧରୁଆଙ୍କ ପ୍ରତିକ୍ରିୟା ମାଗିବାରୁ ପ୍ରତିକ୍ରିୟା ନଦେଇ ମୁଁ ନାମକୁ ମାତ୍ର ସରପଞ୍ଚ ସବୁ କାର୍ଯ୍ୟ ମୋ ଦେଢ଼ ଶଶୁର ସମ୍ପାଦନ କରୁଛନ୍ତି ତାଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ କହିଲେ । ତାଙ୍କ ଦେଢ଼ ଶଶୁରଙ୍କ ଠାରୁ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିବାରୁ ଫୋନ ମଧ୍ୟ ଉଠେଇଲେ ନାହିଁ ଏବଂ ଗେଟ ବନ୍ଦ କରି ଘରୁ ବାହାରିଲେ ନାହିଁ ।

କିଛି ଦିନ ପୂର୍ବରୁ ସରପଞ୍ଚ ତାଙ୍କ ଗାଁ ସାଥି ଘରକୁ ଯାଇ ଚପଲରେ ପିଟିବା,ମାରିବା ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି l

ପ୍ରସ୍କି ସରପଞ୍ଚ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ କେବେ ପଦକ୍ଷେପ ଗ୍ରହଣ କରିବେ ଦେଖିବାକୁ ବାକି ରହିଲା

ବଲାଙ୍ଗିର ଜିଲ୍ଲା ରୁ କଞ୍ଜର ମୁନା ଙ୍କ ରିପୋର୍ଟ AKN NEWS

 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!