ରଘୁନାଥ ସଂସ୍କୃତ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ

ପୁରୀ, ତା 13/2 (AKN NEWS): ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ମାସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ଆଜି ଏହି ପରିପ୍ରେକ୍ଷୀରେ ଚନ୍ଦନପୁର ସ୍ଥିତ ରଘୁନାଥ ସଂସ୍କୃତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧକ୍ଷ ଡ଼ଃ କମଳାକାନ୍ତ ମିଶ୍ର ଆଲୋଚନା ଚକ୍ର କୁ ଅଧ୍ୟକତା କରିଥିଲେ ଉକ୍ତ କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସାମ୍ବାଦିକ ଲଷ୍ମୀ ନାରାୟଣ ପଟ୍ଟନାୟକ, ଅଧ୍ୟାପିକା ରାଜଶ୍ରୀ ଦଳାଇ, ବିଜୟଲଷ୍ମୀ ଦାଶ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମ ରେ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ସଡ଼କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନ୍ କାନୁନ୍ ସମ୍ବନ୍ଧରେ ବୁଝାଇବା ସହ ରାସ୍ତାଘାଟରେ କିପରି ସୁରକ୍ଷିତ ଭାବେ ଯାତ୍ରା କରିପାରିବା ସେ ବିଷୟରେ ମୁଖ୍ୟ ଅତିଥି ବୁଝାଇ କହିଥିଲେ
ଛାତ୍ରଛାତ୍ରୀ ମାନେ ଦେଶର ଭବିଷ୍ୟତ ଅଟନ୍ତି,ବାପା ମା ମାନେ ବହୁତ କଷ୍ଟ ସହି ପିଲାମାନଙ୍କୁ ମଣିଷ କରନ୍ତି। ଛାତ୍ରଛାତ୍ରୀ ମାନେ ସଡକ ସୁରକ୍ଷା ବିଷୟରେ ସଚେତନ ହେଲେ ଦେଶର ତଥା ପରିବାରର ମଙ୍ଗଳ ହୋଇଥାଏ।” କାର୍ଯ୍ୟକ୍ରମ ରେ ଅଧ୍ୟାପିକା କୃଷ୍ଣପ୍ରିୟା ପ୍ରଧାନ, ଗୋବିନ୍ଦ ଚନ୍ଦ୍ର ମୁଦୁଲି, ବ୍ରଜବନ୍ଧୁ ବେହେରା ସମେତ 50 ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ
ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS


