ରିଷିଡା ବାପୁଜୀ ମିନି ଷ୍ଟାଡିଅମରେ ଯୁବମଞ୍ଚ ପକ୍ଷରୁ ଚାଲିଥିବା ରିଷିଡା କପ ଫୂଟବଲ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ

(AKN NEWS): କର୍ଲମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିଅମରେ ଯୁବମଞ୍ଚ ପକ୍ଷରୁ ଚାଲିଥିବା ରିଷିଡା କପ ଫୂଟବଲ ପ୍ରତିଯୋଗିତାର ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ଆସୋସିଏସନର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ(ବାପି) ଯୋଗ ଦେଇଥିଲେ I ଏହି ମ୍ୟାଚଟି ପଡୋଶୀ ଦୁଇଟି ଜିଲ୍ଲା କନ୍ଧମାଳ ଏବଂ ବଲାଙ୍ଗୀର(ଲୁଇସିଂହା) ଜିଲ୍ଲା ମଧ୍ୟରେ ଅନୁଷ୍ଠିତ ହୋଇଥିଲା I ଏଥିରେ କନ୍ଧମାଳ ଦଳ 1-0 ଗୋଲରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି I
ଅନ୍ୟ ଅତିଥିମାନଙ୍କ ମଧ୍ୟରୁ ଗଜବାହାଲ ସରପଞ୍ଚ ଅରବିନ୍ଦ ଗହୀର, କର୍ଲମୁଣ୍ଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ରୋହିତ ରଣା, ତେ୍ରେସିଂହା ହାଇସ୍କୁଲ ପ୍ରଧାନ ଶିକ୍ଷକ ଗରୁଡଧ୍ଵଜ ଗହୀର, ଗ୍ରାମଉନ୍ନୟନ କମିଟି ସଭାପତି ନନ୍ଦକିଶୋର ରଣା, ଅବସରପ୍ରାପ୍ତ ଶିକ୍ଷକ ଅଶୋକ ତ୍ରିପାଠୀ ଓ ଆଦିବାସୀ ନେତା ଧବଳେଶ୍ୱର ମାଝୀ ଯୋଗ ଦେଇଥିଲେ I
ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଦାସ ଦୁଇଟି ଦଳର ସମସ୍ତ ଖେଳାଳି, ରେଫରୀ, ଆୟୋଜକ କମିଟିର ସମସ୍ତ ସଦସ୍ୟ, ଦର୍ଶକ ମଣ୍ଡଳୀ, ମଞ୍ଚାସିନ ସମସ୍ତ ଅତିଥିମାନଙ୍କୁ ସମ୍ବୋଧନ କରିବା ସହ ଉତ୍ସIହିତ କରିଥିଲେ I ଖେଳକୁ ସନ୍ଦୀପ ତରିଆ, ଲଳିତ ଦାସ ଓ ଗୋବର୍ଦ୍ଧନ ମାଝୀ ପରିଚାଳନା କରିଥିଲେ I ସ୍କୋରବୋର୍ଡରେ ଲିପୁ ସେଠ ଓ ରଶ୍ମିରଂଜନ ଲେଙ୍କା ସହଯୋଗ କରିଥିବାବେଳେ ସାମ୍ବାଦିକ କମ୍ବୁପାଣି ସାହୁ ଧାରା ବିବରଣୀ ପ୍ରଦାନ କରିଥିଲେ I ଆୟୋଜକ କମିଟି ସଭାପତି ନରୋତ୍ତମ ସେଲମା, ସତ୍ୟନାରାୟଣ କୁମାର, ସଲିମ ରଣା ଓ ଅନ୍ୟମIନେ ସହଯୋଗ କରିଥିଲେ I
ବ୍ୟୁରୋ ରିପୋର୍ଟ AKN NEWS


