ଓଡିଶା ଖବର

ଲୋୟର ଇନ୍ଦ୍ର ମୁଖ୍ୟ ନିର୍ମାଣଧୀନ ଯନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଚାଷୀ

(AKN NEWS): ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ତିଖାଲି ଡ୍ୟାମରୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ଚାଷୀ ମାନେ ଖଡ଼ିଆଳ ସ୍ଥିତ ଲୋୟର ଇନ୍ଦ୍ର କାର୍ଯ୍ୟାଳୟ ଘେରିବା ସହିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ ନିର୍ମାଣଧୀନ ଯନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଖଡ଼ିଆଳ ବ୍ଲକ ଚନାବେଡା, ସାନ ମହେଶ୍ୱର, ବରଗାଁ, ଖୁଦପେଜ ଓ ଭୋଜପୁର ଗ୍ରାମ ପଞ୍ଚାୟତ ବିଭିନ୍ନ ଗ୍ରାମର ଚାଷୀ ଓ କୋମନା ବ୍ଲକ ପେଣ୍ଡରାବନ୍ଦ ଗ୍ରାମ ପଞ୍ଚାୟତର ଚାନ୍ଦୋପଲା ଗ୍ରାମର ଚାଷୀ ମାନେ ଏଥିରେ ସାମିଲଥିଲେ। ଦୀର୍ଘଦିନରୁ ଦାବି ହେଉଥିଲେ ମଧ୍ୟ ତିଖାଲି ଡ୍ୟାମ ରୁ ଅଳ୍ପ ଦୂରରେ ଥିବା ସତ୍ତ୍ବେ ଜଳସେଚନ ସୁବିଧା ହେଉ ନଥିବାରୁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଲୋୟର ଇନ୍ଦ୍ର କାର୍ଯ୍ୟାଳୟର ମୁଖ୍ୟ ନିର୍ମାଣଧୀନ ଯନ୍ତ୍ରୀ ସଞ୍ଜୀବ ଜ୍ଞାନ ଭାତ୍ରାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅତିଶୀଘ୍ର ଦାବି ପୁରଣ ନହେଲେ ଆନ୍ଦୋଳନ କରାଯିବ ଓ ଦରକାର ପଡିଲେ ଭୋଟ ବର୍ଜନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!