ମେଡି ହବ ଖଡିଆଳ ରେ ସ୍ବାସ୍ଥ୍ୟ ସେବା ପ୍ରଦାନ ନେଇ ବଦ୍ଧ ପରିକର, ମାଗଣା ରେ ଗୋବିନ୍ଦ ଅଗ୍ରୱାଲ ଙ୍କ ନିଶୁକ୍ଲ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ

(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ସହର ପାଇଁ ସ୍ବାସ୍ଥ୍ୟ ସେବା ପ୍ରଦାନ ଦିଗରେ ମେଡି ହବ ର ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ଆଶା ଦୃଢୀଭୂତ। ଆଜି ଖଡିଆଳ ସ୍ଥିତ ମେଡି ହବରେ ସ୍ବାସ୍ଥ୍ୟ ସେବା ପ୍ରଦାନ ନେଇ ବଦ୍ଧ ପରିକର ଥିବା ବେଳେ ମାଗଣା ରେ ଗୋବିନ୍ଦ ଅଗ୍ରୱାଲ ଙ୍କ ନିଶୁକ୍ଲ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି। ସେ ମଧ୍ୟ ରୋଗୀଙ୍କୁ ସେବା ଯୋଗାଣ ଦିଗରେ ଉତ୍ସାହିତ ଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ରୁ ଉର୍ଦ୍ଧ ରୋଗୀ ଚିକିତ୍ସା କରି ପରାମର୍ଶ ପ୍ରଦାନ କରିଛନ୍ତି। ମେଡି ହବ ପକ୍ଷରୁ ପୂର୍ଣ୍ଣ ପ୍ରତ୍ୟୁଷ ମୁଣ୍ଡ ଏବଂ ଜିତେନ୍ଦ୍ର ନାଏକ ମିଳିତ ଉଦ୍ୟମ ରେ ଆଜି ନିଶୁଳ୍କ ଶିବିର ଉଦ୍ଘାଟିତ ହୋଇଅଛି। ଏହି ଶିବିର ରେ ଖଡିଆଳ ବିଧାୟକ ଆଧିରାଜ୍ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ଡ.ଗୋବିନ୍ଦ ଅଗ୍ରୱାଲ ମଧ୍ୟ ଖଡିଆଳ ରୁ ବହୁ ରୋଗୀ କଣ୍ଟାବାଞ୍ଜି ଆସି ଚିକିତ୍ସିତ ହେଉଥିବା ବେଳେ ଖଡିଆଳ ଠାରେ ଚିକିତ୍ସା ସେବା ଯୋଗାଣ କରିବା ନିବେଦନ କୁ ଆଗ୍ରହ ସହ ସ୍ବୀକାର କରି ସେବା ପ୍ରଦାନ ପାଇଁ ଆଗେଇ ଆସିଥିବା ପ୍ରକାଶ କରିଛନ୍ତି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


