ଓଡିଶା ଖବର

ସାଂସ୍କୃତିକ ଓ ଶୈକ୍ଷିକ ପରିବର୍ତ୍ତନରେ ଶିଶୁ ମନ୍ଦିରର ଭୂମୀକା ମହତ୍ୱପୂର୍ଣ୍ଣ,ସିନାପାଲି ଶିଶୁ ବିଦ୍ଯାମନ୍ଦିରର ରଜତ ଜୟନ୍ତୀ ଉତ୍ସବ ଉଦଘାଟିତ

(AKN NEWS): ନୂଆପଡ଼ା ଜିଲ୍ଲା ସିନାପାଲି ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ରଜତ ଜୟନ୍ତୀ ଉତ୍ସବ ମଙ୍ଗଳବାର ଉଦଘାଟିତ ହୋଇଛି। ଆଜି ଠାରୁ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଏହି ସମାରୋହର ପ୍ରଥମ ଦିବସରେ ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀଗୁରୁମା, ପରିଚାଳନା ସମିତି ଓ ଶୁଭେଚ୍ଛୁଙ୍କୁ ନେଇ ଏକ ଭବ୍ଯ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ବିଦ୍ଯାଳୟ ପରିସରରେ ପଂଚ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞର ଆୟୋଜନ କରାଯାଇଥିବା ବେଳେ ଯଜ୍ଞକାର୍ଯ୍ଯକୁ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିଚାଳନା କରିଥିଲେ। ସେହିପରି ସଂଧ୍ଯାରେ ବିଦ୍ଯାଳୟ ପରିଚାଳନା ସମିତିର ସଭାପତି ରବୀନ୍ଦ୍ରନାଥ ଯୋଷୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ମୁଖ୍ଯ ଅତିଥି ଭାବରେ ଲୋକସଭା ସାଂସଦ ବସନ୍ତ କୁମାର ପଣ୍ତା ଓ ମୁଖ୍ଯବକ୍ତା ଭାବରେ ଶିକ୍ଷା ବିକାଶ ସମିତିର ସଂପାଦକ ରୁଦ୍ରମାଧବ ବାରିକ ଯୋଗଦେଇ ଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ସଦସ୍ଯା ଆଶା ଜୈନ ଉପସ୍ଥିତ ଥିଲେ ।ଏହି ଅବସରରେ କେବଳ ଗୁଣାତ୍ମକ ଶିକ୍ଷା ପ୍ରଦାନରେ ନୁହେଁ ବରଂ ସମାଜରେ ସାଂସ୍କୃତିକ ଓ ଶୈକ୍ଷିକ ପରିବର୍ତ୍ତନ ଆଣିବାରେ ଶିଶୁ ମନ୍ଦିରର ଭୂମୀକା ଅତ୍ଯନ୍ତ ମହତ୍ୱପୂର୍ଣ୍ଣ ବୋଲି ବକ୍ତାମାନେ ମତବ୍ଯକ୍ତ କରିଥିଲେ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!