ଓଡିଶା ଖବର

ନୂଆପଡ଼ା ଜିଲ୍ଲା ତିଖାଳୀ ନିମ୍ନ ଇନ୍ଦ୍ର ମୁଖ୍ୟ ଯନ୍ତ୍ରୀଙ୍କୁ ବରଗାଁ ପାଣିପଞ୍ଚାୟତ ଏବଂ କୃଷକ ମିଳିତ ରୂପେ ଦାବୀପତ୍ର ପ୍ରଦାନ, କେନାଲ ନିର୍ମାଣ ଏବଂ ଜଳ ସେଚନ ସମସ୍ୟା

(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ତିଖାଳୀ ନିମ୍ନ ଇନ୍ଦ୍ର ମୁଖ୍ୟ ଯନ୍ତ୍ରୀଙ୍କୁ ବରଗାଁ ପାଣିପଞ୍ଚାୟତ ଏବଂ କୃଷକ ମିଳିତ ରୂପେ ଦାବୀପତ୍ର ପ୍ରଦାନ କରିଛନ୍ତି। କେନାଲ ମରାମତି କରିବା ସହ ଚଳିତ ଖରିଫ ରେ ଜଳ ସେଚନ ସୁବିଧା ପ୍ରଦାନ କରାଯିବା ନେଇ ଜଳସେଚନ ବିଭାଗ ପକ୍ଷ ରୁ ପ୍ରତିଶୃତି ଦେଇଥିବା ବେଳେ ଏହା ପୁରଣ ପାଇଁ ବିଭାଗ ପକ୍ଷ ରୁ ତତ୍ପରତା ଦେଖାଉ ନଥିବା ଅଭିଯୋଗ କରିଛନ୍ତି। କେନାଲ ମରାମତି କାର୍ଯ୍ୟ ହେବା ନେଇ କୌଣସି ବିଜ୍ଞପ୍ତି ଜାରି ହୋଇନ୍ ଥିବା ବେଳେ କେନାଲ ନିର୍ମାଣ କାର୍ଯ୍ୟ ବଙ୍ଗୋମୁଣ୍ଡା ଅଞ୍ଚଳ ରେ ହେଉଥିବା ଅଭିଯୋଗ କରିଥିଲେ। ଖରିଫରେ ଜଳ ସେଚନ ସୁବିଧା ପ୍ରଦାନ ରୁ ମଧ୍ୟ ବଞ୍ଚିତ ରଖିବାର ଚକ୍ରାନ୍ତ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏହି ସଂକ୍ରାନ୍ତ ରେ ଏକ ଦାବୀ ପତ୍ର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସଂଜୀବ ଜ୍ଞାନ ଭାତ୍ରା ଙ୍କୁ ପ୍ରଦାନ କରିଛନ୍ତି। ଆବଶ୍ୟକ ପଦକ୍ଷେପ ନ ନେଲେ ଆସନ୍ତା ଦିନ ରେ ଚାଷୀମାନେ ଆନ୍ଦୋଳନ କୁ ଓହ୍ଲାଇବେ ବୋଲି ମତବ୍ୟକ୍ତ କରିଥିଲେ।

ନୂଆପାଡ଼ ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!