ଓଡିଶା ଖବର

ବେଲଖଣ୍ଡି ପଞ୍ଚାୟତ ଫଳସାପଡା ଠାରେ ଆମ ଓଡ଼ିଶା, ନବୀନ ଓଡିଶା, ପଞ୍ଚାୟତ ସ୍ତରୀୟ ସଚେତନାତା ଶିବିର ଅନୁଷ୍ଠିତ 

(AKN NEWS): କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକଅନ୍ତର୍ଗତ ବେଲଖଣ୍ଡି ଗ୍ରାମ ପଞ୍ଚାୟତ ଠାରେ ତା ୧୭ /୦୨/୨୦୨୪ ରିଖ ଶନିବାର ବାର ଦିନ ଆମ ଓଡ଼ିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନା ଶିବିର ଅନୁଷ୍ଠିତ ହୋଇଛି।ଉକ୍ତ କାର୍ଯ୍ୟ କ୍ରମ ରେ ସ୍ଥାନୀୟ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ ବାଗ ଓ ଗ୍ରାମପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପାର୍ଥ ରଣା ଙ୍କ ନେତୃତ୍ୱରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା, ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, କେସିଙ୍ଗା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ସିଦ୍ଧେଶ୍ଵର ମେହେର,ଓ GPO ଶ୍ରୀଯୁକ୍ତ ଲମ୍ବୁ ଶିଖା ,ସ୍ଥାନୀୟ ସମିତି ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ ନାଏକ, ଯୋଗଦେଇଥିଲେ।ସେହିପରି ଭାବେ ନିମନ୍ତ୍ରିତ ଅତିଥି ଭାବେ କେସିଙ୍ଗା ୧ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ଶ୍ରୀମତୀ ଦିପାଞ୍ଜଳି ସାହୁ ,ହତିଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁନୀତା କୁମାର , ନାଏକ ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ସାହୁ, ମଞ୍ଚାସିନ ଥିଲେ ଉକ୍ତ ଗ୍ରାମ ପଞ୍ଚାୟତ ର GRS ଶ୍ରୀ ସପନ ବାରିକ,ୱାର୍ଡ ସଭ୍ୟ ,ସଭ୍ୟା, ଓ , ଆଶା , ଅଙ୍ଗନୱାଡ଼ି, MBK,CRP, ମିଶନ ଶକ୍ତି SHG, ମା ମାନେ ଓ ଉକ୍ତ ଅଞ୍ଚଳ ର ଅନେକ ବୁଦ୍ଧଜୀବୀ ବା ଅନେକ ବ୍ୟକ୍ତିମାନେ ଯୋଗଦେଇଥିଲେ ।ଓ ରାଜ୍ୟ ସରକାରଙ୍କ ଆମ ଓଡ଼ିଶା ନବୀନ ଓଡିଶା ପକ୍ଷରୁ ଗ୍ରାମାଞ୍ଚଳ ମାନଙ୍କରେ ଜଗନ୍ନାଥ ସସ୍କୃତି ର ସଂରକ୍ଷଣ ଓ ଅନେକ ଧାର୍ମିକ ସ୍ଥଳୀ ବା ମହିଳା ସଶକ୍ତି କରଣ,ବ୍ୟକିଙ୍ଗି,ଶିକ୍ଷା,କ୍ରୀଡା,ଓ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କୁ ପୁଙ୍ଖା ନୁ ପୁଙ୍ଖା ଭାବରେ ଆଲୋଚନା କରିଥିଲେ।ଓ ଅନେକ ସଂସ୍କୃତିକ କାର୍ଯ୍ୟ କ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ବହୁତ୍ ସୁନ୍ଦର୍ ଭାବେ ସଭା ପରିଚାଳନା କରିଥିଲେ ଶ୍ରୀ ଆର୍ତ୍ତତ୍ରାଣ ସିଂ ll ସର୍ବ ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗ କରିଥିଲେ ।

କଳାହାଣ୍ଡି ରୁ ଲତାରାଣୀ ସାହୁଙ୍କ ରିପୋର୍ଟ AkN News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!