ଭୋଜି ଖାଇବାକୁ ଯାଉଥିବା ବେଳେ ଓଲୋଟିଲା ବରଯାତ୍ରୀ ଗାଡ଼ି

(AKN NEWS): କୋରାପୁଟ ଜିଲ୍ଲା କୁନ୍ଦୁରା ଥାନା ଅଧୀନସ୍ଥ ଭୁସାଙ୍ଗ ଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ଗ୍ରାମ ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଏକ ବରଯାତ୍ରୀ ଯାଉଥିବା ଭ୍ୟାନ ଗାଡ଼ି ଖସି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ଦୁଇ ଜଣ ହେଲେ ବୈପାରିଗୁଡ଼ା ଥାନା ଅଞ୍ଚଳର ସୂତି ବାଲିଆ ଓ ଲଛମା ରାମପୁରିଆ ବୋଲି ଜଣା ପଡ଼ିଛି। ସୂଚନା ମୁତାବକ ବୈପାରିଗୁଡ଼ା ଥାନା ଅଧୀନସ୍ଥ ଧଳପୁର ଗ୍ରାମ ଅଞ୍ଚଳର ୫୦ରୁ ଉର୍ଦ୍ଧ ଲୋକ ଏକ ଭ୍ୟାନ ଡାଲା ଗାଡ଼ିରେ ବସି ବରିଗୁମ୍ମା ଥାନା ଅନ୍ତର୍ଗତ ସସାହାଣ୍ଡି ନୂଆଁଗାଁ ଗ୍ରାମରେ ଭୋଜି ଖାଇବାକୁ ଯାଉଥିଲେ। ତେବେ ଭ୍ୟାନ ଗାଡ଼ିଟି ଭାରଶ୍ୟାମ ହରାଇ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଖସି ପଡ଼ିଥିଲା। ଦୁର୍ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣରୁ ଉର୍ଦ୍ଧ୍ବ ଲୋକ ଗୁରୁତ୍ତର ଆହତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ରହିଛି। କୁନ୍ଦ୍ରା ପୋଲିସ ଓ ଅଗ୍ନିଶମ ବାହିନୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଆହତ ବ୍ୟକ୍ତିଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇ ଭର୍ତି କରିଛନ୍ତି। ଅଧିକ ଗୁରୁତ୍ତ୍ଵ ହୋଇଥିବା ବ୍ୟକ୍ତିଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତର କରାଯାଇଥିବା ଜଣା ପଡ଼ିଛି। କୁନ୍ଦ୍ରା ଥାନା ଅଧିକାରୀ ଦୀପାଞ୍ଜଳୀ ପ୍ରଧାନ , ଏସଆଇ ସୁରୂପା ମଲ୍ଲିକ , ଏ ଏସ ଆଇ ମୀନକେତନ ପାତ୍ର , ପୁରୁଷୋତ୍ତମ ରାୟ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ରିପୋର୍ଟର ବିଜୟ ପାଙ୍ଗି ଙ୍କ ରିପୋର୍ଟ AKN NEWS


