କନ୍ଧମାଳ ଲୋକସଭା କଂଗ୍ରେସ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ। କନ୍ଧମାଳ ବାସୀଙ୍କ ଦାବି କୁ ନେଇ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ ଦେଲେ କଂଗ୍ରେସ ଦଳ। ବାଣ ଫୁଟାଇ ଖୁସି ମନାଇଲେ ଅଞ୍ଚଳବାସୀ ।

ଦାରିଙ୍ଗବାଡି , (AKN News): ୪/୪ ଅମୀର ଚାନ୍ଦ ନାୟକ ହେଲେ କନ୍ଧମାଳ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ । ମଙ୍ଗଳବାର କଂଗ୍ରେସ ପକ୍ଷରୁ ତାଙ୍କ ନାମ ଘୋଷାଣା କରାଯାଇଥିବା ବେଳେ ଗତ କିଛିଦିନ ହେଲା କଂଗ୍ରେସର
ଲୋକସଭା ପାର୍ଥୀଙ୍କ ନାମକୁ ନେଇ ଯେଉଁ କଳ୍ପନା କଳ୍ପନା ଜାରି ରହିଥିଲା ସେଥିରେ ତାହାର ଅନ୍ତ ଘଟିଛି । କଂଗ୍ରେସର
ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ଜଣେ ପୂର୍ବତନ ଅତିରିକ୍ତ ସଚିବ ଥିଲେ । ଗତ ଦୁଇବର୍ଷ ହେଲା ସେ କଂଗ୍ରେସ ଦଳରେ ବିଧିବଧ ଭାବେ ସାମିଲ୍
ହୋଇ ଦଳକୁ ସୁଦୃଢ଼ କରିବା ପାଇଁ ଅହରହ ଉଦ୍ୟମ ଜାରି ରଖିଥିଲେ। ତାଙ୍କର ନାମ ଘୋଷଣାରେ କଂଗ୍ରେସ ଶିବିର ଚଳ ଚଞ୍ଚଳ ହୋଇ ଉଠିଥିବା ବେଳେ କନ୍ଧମାଳ ଜିଲାର ବିଭିନ୍ନ ଅଧିବାସୀ ସ୍ଥାନୀୟ ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଥିବା ବେଳେ କଂଗ୍ରେସ କନ୍ଧମାଳ ମାଟିର ସ୍ଥାନୀୟ ପାର୍ଥୀଙ୍କୁ ସାଂସଦ ପ୍ରାର୍ଥୀ ଦେଇଥିବା ଯୋଗୁଁ କଂଗ୍ରେସ କର୍ମୀ ମାନେ ବେସ୍ ଉତ୍ସାହିତ ହୋଇ ହୋଇଥିବା ଦେଖିବାକୁ ମିଳିଛି।। ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ପ୍ରଥମେ ତାଙ୍କୁ ବ୍ରାହ୍ମଣୀଗାଁ ପରେ ଦାରିଙ୍ଗବାଡ଼ି ରେ ଭବ୍ୟ ସ୍ୱାଗତ କରି ବାଣ ଫୁଟାଇ ଶିବ ମନ୍ଦିର ଠାରୁ ଏକ ସଭା ଯାତ୍ରାରେ ବାହାରି ଚାରିଛକ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଦାରିଙ୍ଗବାଡ଼ି ଚାରିଛକ ଠାରେ ସାଂସଦ ପ୍ରାର୍ଥୀ ଅମୀର ଚାନ୍ଦ ନାୟକ ଏବଂ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପ୍ରଧାନ ନିଜ ଭାଷଣ ପ୍ରଦାନ କରିଥିଲେ।
ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।


