ଚଳନ୍ତା ଟ୍ରେନରୁ ପଡ଼ି ଶ୍ରମିକଙ୍କ ଗୋଡ଼ କଟି ଗୁରୁତର,ନୁଆପଡ଼ା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି

ନୂଆପଡ଼ା 5 4 2024(AKN NEWS): ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ଖଲିଆ ପାଣି ଗାଁର ରଥୁ ବରିହା (୪୫)ନାମକ ଜଣେ ଶ୍ରମିକଙ୍କ ଚଳନ୍ତା ଟ୍ରେନରୁ ଖସି ପଡ଼ି ଗୋଡ଼ କଟି ଯାଇଥିବା ଜଣା ପଡିଛି। ଶ୍ରମିକ ଜଣକ ହରିଶଙ୍କରରୁ ନୂଆପଡ଼ା ଅଭିମୁଖେ ଆସୁଥିବା ସମୟରେ ଟ୍ରେନରୁ ଖସି ପଡ଼ିଥିଲେ। ରଥୁ ନିଜ ସାଥୀଙ୍କ ସହ ମିଶି ହରିଶଙ୍କର ରୋଡ଼ରେ ରେଳ ବିଭାଗର ଜଣେ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଗତ ରାତିରେ କିଛି ପାରିଶ୍ରମିକ ଟଙ୍କା ପାଇ ସେ ନିଜ ଘରକୁ ଫେରୁଥିଲେ। ଟ୍ରେନରେ ଚଢ଼ି ସେ ଗେଟ ପାଖରେ ବସିଥିଲେ। ଟ୍ରେନ ଗଡ଼ିବାର କିଛି ଦୂର ଗଲା ପରେ ହଠାତ ଖସି ପଡ଼ିଥିଲେ। ଟ୍ରେନରେ ଗୋଡ଼ କଟି ଯାଇଥିଲା। ରାତି ପ୍ରାୟ ଦୁଇଟା ବେଳେ ରେଳ ବିଭାଗ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲା। ପରିବାର ଲୋକଙ୍କୁ ଜଣାଇବା ସହ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଥୁ ବରିହାଙ୍କୁ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ଶ୍ରମିକ ଶ୍ରେଣୀର ପରିବାର ହେତୁ ସରକାରଙ୍କୁ ତରଫରୁ ସହାୟତା ଯୋଗାଇବାକୁ ଦାବି ହୋଇଛି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


