ଓଡିଶା ଖବର
ନିର୍ବାଚନ ପ୍ରସ୍ତୁତି ନେଇ ବ୍ୟାପକ ପଦକ୍ଷେପ, ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ୧୨ ଗୋଟି ସକ୍ଷୀ ବୁଥ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ

ନୂଆପଡା ୦୫.୦୪.(AKN NEWS): ନୂଆପଡ଼ା ଜିଲ୍ଲା ଦୁଇ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ ନିର୍ବାଚନ ପ୍ରସ୍ତୁତି ନେଇ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଖଡିଆଳ ନିର୍ବାଚନ ମଣ୍ଡଳୀ ରେ ୧୨ ଗୋଟି ସକ୍ଷୀ ବୁଥ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ବୁଥ ରେ ମହିଳା ଅଧିକାରୀ ଏବଂ କର୍ମଚାରୀ ମାନେ ନିୟୋଜିତ ହୋଇ ମତଦାନ ପ୍ରକ୍ରିୟା କୁ ପରିଚାଳନା କରିବେ।
ଏହି ନିର୍ବାଚନ ବ୍ୟବସ୍ଥା ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା ଅନୁଧ୍ୟାନ ନେଇ ଖଡିଆଳ ବିଡ଼ିଓ ବିରସେନ ବେହେରା ଯୋଗ ଦେଇ ସକ୍ଷୀ ବୁଥ ପରିକ୍ରମା କରିଛନ୍ତି। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ସମସ୍ତ ମାର୍ଗ ଦର୍ଶିକା ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରିବାକୁ ଆହ୍ବାନ କରିଛନ୍ତି। ସେହିପରି ନୂଆପଡ଼ା ନିର୍ବାଚନ ମଣ୍ଡଳୀ ରେ ମଧ୍ୟ ୧୨ ଗୋଟି ସକ୍ଷୀ ବୁଥ ରହିଅଛି।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


