ଓଡିଶା ଖବର

ଭାଲୁ ଆକ୍ରମଣରେ ଚୁଲାଭାଟର ଜଣେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ନୂଆପଡ଼ା, ୫/୪ (AKN NEWS): ନୂଆପଡା ଧରମବନ୍ଧା ଥାନା ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି। ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଚୁଲାଭାଟ ଗାଁର ଜଣେ ମହିଳାଙ୍କୁ ଆଜି ଭାଲୁ ଆକ୍ରମଣ କରିବାରୁ ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଚୁଲାଭାଟର କଥାବାଇ ରାଉତ ନାମକ ମହିଳା ଯାହାଙ୍କ ବୟସ ୪୫ ବର୍ଷ ଆଜି ସକାଳୁ ମହୁଲ ଗୋଟାଇବାକୁ ଯାଉଥିବା ସମୟରେ ବଜାରପଡା ନିକଟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। କଥାବାଇ ଚିତ୍କାର କରିବାରୁ ପାଖରେ ଥିବା ଲୋକମାନେ ଆସି ଭାଲୁକୁ ଘଉଡ଼ାଇ ମହିଳାଙ୍କୁ ଉଦ୍ଧାର କରିଥିଲେ। ପରେ ତାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଭାଲୁ ଆକ୍ରମଣ ଯୋଗୁ ତାଙ୍କ ପିଠିରେ ଆଘାତ ଲାଗିଛି। ମହିଳାଙ୍କ ଚିକିତ୍ସା ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜାରି ରହିଛି। ଧରମବନ୍ଧା ଓ ଚୁଲାଭାଟ ଅଞ୍ଚଳରେ ଆଗରୁ ମଧ୍ୟ ବନ୍ୟଜନ୍ତୁ ଆକ୍ରମଣ ଯୋଗୁ ଲୋକଙ୍କ ଜୀବନ ଯାଇଥିବା ନଜିର ଅଛି।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!