ଓଡିଶା ଖବର
ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରେ ନୂତନ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

(AKN NEWS): ନୂଆପଡ଼ା ଜିଲ୍ଲା ଖଡିଆଳ ସ୍ଥିତ ଖଡିଆଳ ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରେ ନୂତନ ଭୋଟର ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନୂତନ ଭୋଟର ମାନେ ନିଜ ମତ ସାବ୍ୟସ୍ତ କରିବା ସହ ମତ କାହାକୁ ଦେଇଥିବା ତାହା ଜାଣିବା ସୁବିଧା ରହିଅଛି। ଇଭିଏମ, ଯାନ୍ତ୍ରିକ ଭୋଟ ଦାନ ଯନ୍ତ୍ର ରେ ନିଜ ମତ ସାବ୍ୟସ୍ତ କରିବା ସହ ଭିଭିପେଡ ଦ୍ବାରା ମତଦାନ ଦେଇଥିବା ମତ ଉପଯୁକ୍ତ ଦଳ କୁ ଯାଇଛି କି ନାହିଁ ଜାଣିବା ଉପରେ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ଖଡିଆଳ ବିଡ଼ିଓ ବିରସେନ ବେହେରା, ଖଡିଆଳ। ତହସିଲଦାର ନରସିଂହ ଗଡ଼ବା, କଲେଜ୍ ଅଧ୍ୟକ୍ଷା ସସ୍ମିତା ପ୍ରଭା ସାମଲ, ସମସ୍ତ ଅଧ୍ୟାପିକା ଏବଂ କର୍ମ, ଛାତ୍ରୀମାନେ ଯୋଗ ଦେଇଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


