ଏଡସ୍ ସଚେତନତା ଓ ସ୍ୱେଚ୍ଛା କୃତ ରକ୍ତଦାନ ପାଇଁ ପ୍ରେରଣା କାର୍ଯକ୍ରମ ଅନୁଷ୍ଠିତ

ବେହେରା ଭାରତୀୟ ବିଦ୍ୟା ଶ୍ରିନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଏଡସ୍ ସଚେତନତା ଓ ସ୍ୱେଚ୍ଛା କୃତ ରକ୍ତଦାନ ପାଇଁ ପ୍ରେରଣା କାର୍ଯକ୍ରମ ଅନୁଷ୍ଠିତ
AKN NEWS-ମାନସିକ ସୁଦ୍ରୁଢ଼ତା ହିଁ ଦେଖାଇ ପାରେ ମନୁଷ୍ୟକୁ ସୁସ୍ଥ ଜୀବନ ଜାପାନର ବାଟ
ଭାରତୀୟ ବିଦ୍ୟା ଶ୍ରୀନିକେତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ୍ କ୍ରସ ତଥା ରେଡ୍ ରିବନ୍ କ୍ଳବ୍ ଆନୁକୁଲ୍ୟରେ ଏଡସ୍ ସଚେତନତା ଓ ସ୍ଵେଚ୍ଛା କୃତ ରକ୍ତଦାନ ପାଇଁ ସମସ୍ତଙ୍କୁ ଆହ୍ୱାନ କରାଗଲା । ଉକ୍ତ ସଚେତନ ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ରା ନାଏକ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବେହେରା ର ଇଂରାଜି ଅଧ୍ୟାପକ ଶ୍ରୀଯୁକ୍ତ ଅକ୍ଷୟ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସରକାରୀ ହୋମିଓ ପାଥି ଚିକିତ୍ସାଳୟର ଡାକ୍ତର ମଳୟ ତାଣ୍ଡି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୂଷାପାଲି ଉଚ୍ଚ ଇଂରାଜି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୟାନିଧି ଘି,ବେହେରା ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଚକ୍ରଧର ବାରିକ, ଯୁବ କବି ତଥା ଯୁବ ସଂଘଠକ ରଜତ ବନ୍ଶଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ମୁଖ୍ୟ ବକ୍ତା ଡକ୍ଟର ମଳୟ ତାଣ୍ଡି ସଞ୍ଜମ ପୂର୍ଣ୍ଣ ଜୀବନ ସୈଲି ଦ୍ଵାରା ଏଡସ୍ କୁ ରୋକିବା ସମ୍ଭବ ଏବଂ ରକ୍ତ ସଙ୍କଟକୁ ଦୂର କରିବା ପାଇଁ ରକ୍ତଦାନ କରିବା ପାଇଁ ଆଗେଇ ଆସିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଆହ୍ୱାନ ଦେବା ସହିତ ରକ୍ତଦାନ ର ମହତ୍ତ୍ଵ ବିଷୟରେ ସଂପୂର୍ଣ୍ଣ ଭାବେ ଆଲୋଚନା କରିଥିଲେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡ୍ କ୍ରସ୍ ପରାମର୍ଶ ଦାତା ଶାନ୍ତନୁ ବାଗ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ରଞ୍ଜିତ ଆରେବେଡିଆ, ଭାଗ୍ୟବାନ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ସୁମନ ସିନ୍ଦୂର,ଲମ୍ବୋଦର ପାଲ,ଦେବେନ୍ଦ୍ର ରଣା, ରୀଙ୍କୁ ଖମାରୀ, ଦେବରାଜ ସତ୍ନମି, ବସନ୍ତ ରଣା, ରିତେଶ ରଣା,ଭାସ୍କର ଗୋପାଳ ସମେତ ସମସ୍ତ ଚାରୀ ତଥା ଯୁବ ରେଡ୍ କ୍ରସ ଓ ରେଡ୍ ରିବନ କ୍ଳବ୍ ର ସମସ୍ତ ସ୍ୱେଛା ସେବୀ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିବା ବେଳେ ରାଜନୀତି ଅଧ୍ୟାପିକା ସରିତା ଭରତିଆ ଧନ୍ୟବାଦ ଅର୍ପଣ କରିଥିଲେ।
ବ୍ଯୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।


