ପତଞ୍ଜଳୀ ଯୋଗ ସମିତି ପକ୍ଷରୁ ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳିତ.

ଭବାନୀପାଟଣା(AKN NEWS): ସ୍ଥାନୀୟ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ଆଜି ସକାଳ 5 ଘଟିକା ସମୟରେ ପତଞ୍ଜଲି ଯୋଗ ସମିତି ବିଶ୍ଵ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି. ଏହି ସମିତି ତରଫରୁ ପ୍ରତିଦିନ ନିଶୁଳ୍କ ଯୋଗ ଶିକ୍ଷା ଓ ସାଧନା କେନ୍ଦ୍ର ଦ୍ଵାରା ଅନେକ ବ୍ୟକ୍ତି ଯୋଗ କରି ସ୍ୱାସ୍ଥ୍ୟ ଓ ମାନସିକ ସ୍ଥିତି କୁ ସୁରକ୍ଷିତ ରଖି ପାରିଛନ୍ତି. ଆଜିର ଦିବସ ରେ ଉପସ୍ଥିତ ଯୋଗ ସାଧକ ମାନେ ମତବ୍ୟକ୍ତ କରିଥିଲେ ଯେ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଣୁ ସ୍ୱାସ୍ଥ୍ୟ ର ଯତ୍ନ ଆମ ପାଇଁ ଜରୁରୀ. ସ୍ୱାସ୍ଥ୍ୟ ର ଯତ୍ନ ର ସବୁଠାରୁ ଉପଯୁକ୍ତ ମାଧ୍ୟମ ହେଲା ଯୋଗ ଓ ପ୍ରାଣାୟାମ କରିବା.
ଯୋଗ ଗୁରୁ ଜଗଦୀଶ ଫତେଓନୀ, ଗଜେନ୍ଦ୍ର ପାଢୀ, ଶିବରାମ ନାୟକ, ଲଛମନ କକେରାଜ, ପ୍ରଶାନ୍ତ ବାରିକ, ରମାକାନ୍ତ ପାଢୀ, ରାଜେନ୍ଦ୍ର ସାହୁ, ହରେକୃଷ୍ଣ ସାହୁ, ଦେବେନ୍ଦ୍ର ମହାନ୍ତି, ନିବେଦିତା ମିଶ୍ର, ଲିଲି ନାୟକ, ସଶ୍ମିତା ମହତୀ,ଝୁନୁମାଲା ସାହୁ, ସଞ୍ଚିତା ସାହୁ, ସୁନିତା ସାହୁ ସନ୍ଧ୍ୟାରାଣୀ ତ୍ରିପାଠୀ, ସୁପ୍ରିୟା ସାହୁ, ଝରଣା ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ବିଶ୍ଵ ସ୍ୱାସ୍ଥ୍ୟ ଦିବସ ସମ୍ପର୍କରେ ମତବ୍ୟକ୍ତ କରିଥିଲେ.
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ AKN NEWS


