ଓଡିଶା ଖବର

ଭାଲୁ ହାବୁଡରେ ପଡି ବୃଦ୍ଧ ଗୁରୁତର

ଭାଲୁ ହାବୁଡରେ ପଡି ବୃଦ୍ଧ ଗୁରୁତର

ନୂଆପଡ଼ା 8 4 2024 ନୂଆପଡା ସଦର ବ୍ଲକ ଖଇରାନି ପଞ୍ଚାୟତ ପିପଲଛଣ୍ଡି ଗାଁର ଜଣେ ବୃଦ୍ଧ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ପିପଲଛଣ୍ଡି ଗାଁର କୃଷ୍ଣ ବାଗ (୬୨)। ବୃଦ୍ଧ ଜଣକ ରବିବାର ସକାଳେ ସାଇପଲା ଡ୍ୟାମକୁ ଶୌଚ ପାଇଁ ଯାଉଥିବା ସମୟରେ ଭାଲୁ ହଠାତ ଆସି ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଭାଲୁ ଓ ମଣିଷ ମଧ୍ୟରେ ଲଢେଇ ହୋଇଥିଲା। ଭାରି କଷ୍ଟରେ ବୃଦ୍ଧ ଭାଲୁଠାରୁ ଛଡାଇ ହୋଇ ଜୀବନ ବିକଳରେ ଦୌଡି ପଲାଇଥିଲେ। ବୃଦ୍ଧଙ୍କ ଦୁଇ ହାତ, ଛାତି, ପେଟରେ ଗଭୀର ଆଘାତ ଲାଗିଛି। ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ସୁସ୍ଥ ଥିବା ଜଣାପଡିଛି। ୩ ଦିନ ଭିତରେ ୨ଜଣ ଭାଲୁ ଆକ୍ରମଣ ଶିକାର ହେଲେଣ। ମହୁଲ ଫୁଲ ଖାଇବା ପାଇଁ ଭାଲୁ ଆସୁଥିବା ବେଳେ ମଣିଷ ଯାଇ ଭାଲୁ ହାବୁଡରେ ପଡୁଛନ୍ତି ।

ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!