ଓଡିଶା ଖବର

ଇଭିଏମ ଓ ଭିଭିପାଟ ର ପ୍ରଥମ ରାଣ୍ଡମାଇଜେସନ ଅନୁଷ୍ଠିତ

ପୁରୀ ୮/୪(AKN NEWS): ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ବା ଏନ ଆଇ ସି ସମ୍ମିଳନୀ କକ୍ଷରେ ଇଭିଏମ ଓ ଭିଭିପାଟ ର ପ୍ରଥମ ରାଣ୍ଡମାଇଜେସନ କରାଯାଇଥିଲା।ନିର୍ବାଚନ କମିଶନର ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଏହି ରାଣ୍ଡମାଇଜେସନ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଏହା ସମ୍ପନ୍ନ ହୋଇଥିଲା।ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ସମସ୍ତଙ୍କୁ ସ୍ୱାଗତ କରିବା ସହ ପୂର୍ବରୁ ଭାରତର ନିର୍ବାଚନ କମିଶନ ଓ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଠାରୁ ମିଳିଥିବା ସମସ୍ତ ଇଭିଏମ ଓ ଭିଭିପାଟ କୁ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ଷ୍ଟ୍ରଙ୍ଗରୁମ ରେ ରଖାଯାଇଥିଲା ବୋଲି କହିଥିଲେ।ବର୍ତ୍ତମାନ ସମସ୍ତ ଇଭିଏମ ଓ ଭିଭିପାଟ ର ପ୍ରଥମ ରାଣ୍ଡମାଇଜେସନ ବା ଫାଷ୍ଟ ଲେଭଲ ରାଣ୍ଡମାଇଜେସନ କମ୍ପ୍ୟୁଟର ମାଧ୍ୟମରେ ନିର୍ବାଚନ କମିଶନର ଙ୍କ ନିର୍ଦ୍ଦେଶ ରେ କରାଯାଉଛି।ମୋଟ ଇଭିଏମ ଓ ଭିଭିପାଟ ମଧ୍ୟରୁ ରାଣ୍ଡମାଇଜେସନ ପରେ ଏହାକୁ ଲୋକସଭା ଓ ବିଧାନସଭା ୱାରୀ ବଛା ଯାଇଛି।ପରବର୍ତ୍ତୀ ସମୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପୁନଃ ରାଣ୍ଡମାଇଜେସନ ମାଧ୍ୟମରେ ବାଲାଟ ୟୁନିଟ, କଣ୍ଟ୍ରୋଲ ୟୁନିଟ ଓ ଭିଭିପାଟର ସଂଯୁକ୍ତ ଓ ପରବର୍ତ୍ତୀ ସମୟରେ ଏହା ନିର୍ଦ୍ଦିଷ୍ଟ ବୁଥ ୱାରୀ ରାଣ୍ଡମାଇଜେସନ କରାଯିବ।ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟର ମାଧ୍ୟମରେ କରାଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେବା ସହ ଏ ସମସ୍ତ ପ୍ରକ୍ରିୟାରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧି ଓ ସଂପୃକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ମାନେ ନିଶ୍ଚିତ ଉପସ୍ଥିତ ରହିବାକୂ ଅନୁରୋଧ କରିଥିଲେ।ରାଣ୍ଡମାଇଜେସନ ରେ ଉପସ୍ଥିତ ଥିବା ରାଜନୈତିକ ଦଳର ପ୍ରତିନିଧିମାନେ ପ୍ରକ୍ରିୟାରେ ସନ୍ତୋଷ ବ୍ୟକ୍ତ କରିଥିଲେ।ପରେ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ଉପସ୍ଥିତି ରେ ରାଣ୍ଡମାଇଜେସନ ତାଲିକା ଆଧାର ରେ ଇଭିଏମ ଗୋଦାମ ବା ଷ୍ଟ୍ରଙ୍ଗ ରୁମ ଖୋଲା ଯାଇ ବିଧାନସଭା ୱାରୀ ପ୍ରସ୍ତୁତ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ସଂପୃକ୍ତ ଇଭିଏମ ଓ ଭିଭିପାଟ କୁ ରଖାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ତଥା ୧୦୫- କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର କୈଳାସ ଚନ୍ଦ୍ର ନାୟକ,ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ୧୦୯- ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ତଥା ୧୦୬-ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ୧୦୮-ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ପ୍ରିୟରଞ୍ଜନ ପୃଷ୍ଟି,ଅତିରିକ୍ତ ଉପଜିଲ୍ଲାପାଳ ତଥା ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ରିଟର୍ଣ୍ଣିଂ ଅଫିସର ନିଳମାଧବ ମାଝୀ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ମନୀଷା ଷଡ଼ଙ୍ଗୀ,ରାଷ୍ଟ୍ରୀୟ ବିଜ୍ଞାନ କେନ୍ଦ୍ର ର ଡିଆଇଓ ବିଶ୍ୱନାଥ ପଣ୍ଡା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ,ନିର୍ବାଚନ ବିଭାଗର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!