ଖଡିଆଳ ଏବଂ ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୁ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୋପଦୀ ମାଝୀଙ୍କ ରୋଡ ରେ ପ୍ରଚାର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଙ୍କ ନେତୃତ୍ବ

ନୂଆପଡା :୦୮.୦୪ (AKN NEWS): ଖଡିଆଳ ଏବଂ ନୂଆପଡ଼ା ନିର୍ବାଚନ ମଣ୍ଡଳୀ କୁ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୋପଦୀ ମାଝୀଙ୍କ ରୋଡ ରେ ପ୍ରଚାର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ଙ୍କ ନେତୃତ୍ବ ରେ ଗତକାଲି ପ୍ରଚାର କରିଥିବା ବେଳେ ଅଞ୍ଚଳ ରେ ଆଦିବାସୀ ଭୋଟର ୬ ଲକ୍ଷ ରୁ ଉର୍ଦ୍ଧ ରହିଅଛି। ସାମାଜିକ ନ୍ୟାୟ କୁ ନେଇ ମହିଳା ଙ୍କ ପ୍ରତି ନ୍ୟାୟ, ଆଦିବାସୀଙ୍କ ନ୍ୟାୟ ପଛୁଆ ଓ ଦଳିତ ବର୍ଗର ମହିଳାଙ୍କ ନ୍ୟାୟ ଆବଶ୍ୟକ ରହିଅଛି। ଚଳିତ ନିର୍ବାଚନ ରେ କଳାହାଣ୍ଡି ରେ କଂଗ୍ରେସ ମଜଭୂତ ସ୍ଥିତି ଥିବା ବେଳେ ସତ୍ ଗୋଟି ବିଧାନ ସଭା ବିଜୟ ହେବ ବୋଲି ପ୍ରକାଶ କରିଛନ୍ତି।
ଖଡିଆଳ କୁ ରେଳପଥ ନିର୍ମାଣ ,କଣ୍ଟାବାଞ୍ଜି ନବରଙ୍ଗପୁର ଭାୟା ରାଜା ଖଡିଆଳ, ଏବଂ ଜୁନାଗଡ଼ ନବରଙ୍ଗପୁର ରେଳପଥ ନିର୍ମାଣ ଏକ କିଲୋମିଟର ହୋଇନାହିଁ। ଏହାକୁ ତ୍ବରାନ୍ବିତ କରିବାକୁ ଆହ୍ବାନ କରିଥିଲେ। ସେହିପରି ଲୋକଙ୍କ ପାଖକୁ ଯିବା ସହ ସାଧାରଣ ପରିବାର ରୁ ଆସିଥିବା ସହ ପାଞ୍ଚ ନ୍ୟାୟ କୁ ନେଇ ଲୋକଙ୍କ ପାଖକୁ ଯିବି ବୋଲି ମତବ୍ୟକ୍ତ କରିଥିଲେ। ଆମ୍ବେଦକର ଛକ ଠାରେ ସାମ୍ବାଦିକଙ୍କୁ ସାକ୍ଷାତ କରି ଅଞ୍ଚଳ ର ସମସ୍ୟା ଉପରେ ମତବ୍ୟକ୍ତ କରିଥିଲେ।
ନୂଆପଡା ଜିଲ୍ଲା ରୁ ଓମ ପ୍ରକାଶ ଚୌଧୁରୀ ଙ୍କ ରିପୋର୍ଟ akn news


