ଓଡିଶା ଖବର
ବିଜେଡି ଛାଡି ବିଜେପି ରେ ମିଶିଲେ

ଭୁବନେଶ୍ୱର (AKN NEWS): ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ ଅନ୍ତର୍ଗତ ଚ଼ଣ୍ଡେଶ୍ବର ପଞ୍ଚାୟତ ର ବିଜେଡ଼ି କର୍ମୀ ମାନେ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିର ନୀତି ଓ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଚ଼ିଲିକା ର ଭାଜପା ବିଧାୟକ ପ୍ରାର୍ଥୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ବିଧିବଦ୍ଧ ଭାବେ ସାମିଲ୍ ହେଲେ। ଦଳରେ ସାମିଲ ହୋଇଥିବା ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଭାଜପା ପରିବାରକୁ ସ୍ବାଗତ କରିଥିଲେ ଶ୍ରୀ ହରିଚ଼ନ୍ଦନ। ଏହି ଅବସରରେ ଚ଼ିଲିକା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅରୁଣ ପଟ୍ଟନାୟକ,ଚ଼ଣ୍ଡେଶ୍ବର ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ଦୀନବନ୍ଧୁ ସାହୁ, ଚ଼ଣ୍ଡେଶ୍ବର ପଞ୍ଚାୟତ ର ନାଏବ ସରପଞ୍ଚ ଶ୍ରୀ ସମର ରଞ୍ଜନ ସୁବୁଦ୍ଧି ଉପସ୍ଥିତ ଥିଲେ।
ଭୁବନେଶ୍ୱର ରୁ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS


