ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ବିଡ଼ିଓ ଙ୍କୁ ପ୍ରଦାନ।

(AKN NEWS): ପାଟଣାଗଡ଼ ମନେରଗା ଯୋଜନା ରେ କାର୍ଯ୍ୟରତ ପାଟଣାଗଡ଼ ବ୍ଳକ ଗାଁ ସାଥି ବା ମେଟ୍ ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ସଂଘ ର ସଭାପତି ବଲରାମ ବରିହା ଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟ କାରିଣୀ ବୈଠକରେ ଅନୁଷ୍ଠିତ ହୋଇଥିଲା । ବୈଠକ ରେ ସଂଘର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । ପରେ ଗାଁ ସାଥି ସଂଘ ପକ୍ଷରୁ ୬ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳ ଉଦ୍ଧେଶ୍ୟରେ ବିଡ଼ିଓ ସୁମନ୍ତ ମିଞ୍ଜ ଙ୍କୁ ପ୍ରଦାନ କରିଥିଲେ । ଦାବୀ ଗୁଡିକ ମଧ୍ୟରୁ ଗାଁ ସାଥି ମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିବା , ପଞ୍ଚାୟତ ସ୍ତରରେ ମନମୁଖୀ ଗାଁ ସାଥି ମେଟ୍ ଚୟନ ବନ୍ଦ କରିବା, ମନରେଗା କାର୍ଯ୍ୟ ରେ ହେଉଥିବା ଜାତୀୟ ଆୟଭିତ୍ତିକ ମେଧା ବୃତ୍ତି ବାହାର ପିଲା କୁ ଦିଆଯାଉଥିବା କାର୍ଯ୍ୟ କୁ ବନ୍ଦ କରିବା , ପାଟଣାଗଡ଼ କୁ ମାଇଗ୍ରେସନ ବ୍ଳକ ଭାବେ ଘୋଷଣା କରିବା, ପ୍ରତ୍ୟେକ ଜବକାର୍ଡ ଧାରୀଙ୍କୁ ୩ ଶହ ଦିନ ର କାମ ଯୋଗାଇବା , ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ତଥା ଉଦ୍ୟାନ ବିଭାଗ ,କୃଷି ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ଆଦି ବିଭାଗ ମନରେଗା କାର୍ଯ୍ୟ ରେ ଗାଁ ସାଥି ମେଟ୍ ମାନଙ୍କୁ ନିଯୁକ୍ତି କରିବା ଆଦି ଦାବି ପତ୍ର ରେ ଅନୁରୋଧ କରାଯାଇଛି। ଏଥିରେ ଗାଁ ସାଥି ମେଟ୍ ମିଳିତ କ୍ରିୟାନୁଷ୍ଠାନ କମିଟିର ସଂପାଦକ ହୃଷୀକେଶ ଭୋଇ ଉପସଭାପତି ସୁଶାନ୍ତ ମିର୍ଦ୍ଧା,ସହ ସଂପାଦକ ହେମନ୍ତ କୁମାରବାଗ, କୋଷାଧ୍ୟକ୍ଷ କୌସ୍ତୁଭ ସାହୁ ,ଭୋଲେଶ୍ଵରୀ ମେହେର, ପୁଷ୍ପାଞ୍ଜଳୀ ବାଗ , ଯମୁନା ରାଉତ, ସୁମିତ୍ରା ବରିହା, ସୁକାନ୍ତି ପୋଢ, ଲୋକନାଥ ନାଏକ, ପ୍ରଶାନ୍ତ ନାଗ ଙ୍କ ସମେତ ମିଳିତ କ୍ରିୟାନୁଷ୍ଠାନ କମିଟି ଶତାଧିକ ଗାଁ ସାଥି ମେଟ୍ ଉପସ୍ଥିତ ଥିଲେ ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


