ଓଡିଶା ଖବର

ସାଧାରଣ ପର୍ଯ୍ୟବେକ୍ଷକ ଙ୍କ ବିଭିନ୍ନ ବୁଥ ପରିଦର୍ଶନ

ପୁରୀ ୭/୫(AKN NEWS): ସାଧାରଣ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଡା କୁନାଲ ପ୍ରକାଶ ପୁରୀ ରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।ସେ ୧୦୭ ପୁରୀ,୧୦୮ ବ୍ରହ୍ମଗିରି, ୧୦୯ ସତ୍ୟବାଦୀ ଓ ୧୧୦ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ର ସାଧାରଣ ପର୍ଯ୍ୟବେକ୍ଷକ ଭାବେ ନିର୍ବାଚନ କାର୍ଯ୍ୟ ତଦାରଖ କରିବେ।ଶ୍ରୀ ପ୍ରକାଶ ପୁରୀ ରେ ପହଞ୍ଚିବା ପରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ତାଙ୍କୁ ସ୍ୱାଗତ କରିବା ସହ ନିର୍ବାଚନ ସମ୍ପର୍କରେ ଜିଲ୍ଲାର ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ।ପରେ ସର୍କିଟ ହାଉସ ଠାରେ ପର୍ଯ୍ୟବେକ୍ଷକ ଶ୍ରୀ ପ୍ରକାଶ ସମସ୍ତ ରିଟର୍ଣ୍ଣିଂ ଅଫିସର ମାନଙ୍କ ସହ ଆଲୋଚନା କରିଥିଲେ।ରିଟର୍ଣ୍ଣିଂ ଅଫିସର ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ।ବୈଠକରେ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଉପ ଜିଲ୍ଲାପାଳ ନିଳମାଧବ ମାଝୀ ପ୍ରମୁଖ ଯୋଗ ଦେଇଥିଲେ।ପରେ ଡା ପ୍ରକାଶ ପୁରୀ ପୌରପାଳିକା ଅନ୍ତର୍ଗତ ୯୨,୯୩, ୯୪, ୯୫, ୧୫୫,୧୫୬ ଓ ୧୫୭ ନମ୍ବର ବୁଥକୁ ପରିଦର୍ଶନ କରି ଭୋଟର ମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ବ୍ୟବସ୍ଥା ର ଅନୁଧ୍ୟାନ କରିଥିଲେ।ବୁଥ ମାନଙ୍କ ରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି ପର୍ଯ୍ୟବେକ୍ଷକ ଙ୍କୁ ସହଯୋଗ କରିଥିଲେ।ପରେ ପର୍ଯ୍ୟବେକ୍ଷକ ଇଭିଏମ ଓୟାର ହାଉସ କୁ ପରିଦର୍ଶନ କରିଥିଲେ।ସମସ୍ତ କାର୍ଯ୍ୟ ରେ ଲିଆସନ ଅଧିକାରୀ ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ସହଯୋଗ କରିଥିଲେ।

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!