ଓଡିଶା ଖବର

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷ ରୁ ଇଶ୍ଵରାମ୍ମା ଦିବସ – ୨୦୨୪ ପାଳିତ

ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷ ରୁ ଇଶ୍ଵରାମ୍ମା ଦିବସ – ୨୦୨୪ ପାଳିତ

ଭବାନୀପାଟଣା : – ଓଁ ଶ୍ରୀ ସାଇରାମ
ଇଶ୍ୱରାମ୍ମା ଦିବସ ଶ୍ରୀ ସତ୍ୟ ସାଇ ସେବା ସମିତି ଭବାନୀପାଟଣା ପକ୍ଷରୁ
ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ ଅପାର କରୁଣାରୁ ମଇ ମାସ ଛଅ ତାରିଖ ସୋମବାର ଦିନ ମହାସମାରୋହ ରେ ଭବାନୀପାଟଣା ସ୍ଥିତ ଶ୍ରୀ ସତ୍ୟସାଇ ସେବା ସମିତି ବିଦ୍ୟାମନ୍ଦିର ଠାରେ ଦିବ୍ୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି, ଏହି ଉତ୍ସବ ବାଳବିକାଶ ପିଲା ଏବଂ ସମିତିର ଭକ୍ତ ମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ରେ ପ୍ରାତଃ ପାଞ୍ଚ ଘଟିକା ସମୟରେ ଓଁ କରାମ, ସୁପ୍ରଭାତମ ଏବଂ ନଗରସଂକୀର୍ତ୍ତନ ସହ ଆରମ୍ଭ ହୋଇଥିଲା |ସକାଳ ଘ.୬.୩୦ମି.ସମୟରେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରିବା ପରେ ୧୦୮ସତ୍ୟ ସାଇ ନମାବଳୀ ସାମୁହିକ ଭାବରେ ଉଚ୍ଚାରଣ କରାଯାଇଥିଲା |
ସଂନ୍ଧ୍ୟା କାର୍ଯ୍ୟକ୍ରମ ୬ଘଣ୍ଟା ସମୟରେ ଭଜନ, ସର୍ବଧର୍ମପାର୍ଥନା, ଦ୍ବୀପ ପ୍ରଜ୍ବଳନ, ବେଦପାଠ, ପୁରସ୍କାର ବିତରଣ, ବାଳବିକାଶ ପିଲାମାନଙ୍କ ଦ୍ୱାରା ସାଂସ୍କୃତୀକ କାର୍ଯ୍ୟକ୍ରମ ଏବଂ ମଙ୍ଗଳ ଆରତୀ, ପ୍ରସାଦ ସେବନ ହୋଇଥିଲା |
ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଠ ଶିକ୍ଷାବିତ ଏବଂ ସମାଜସେବି ଶ୍ରୀ ପ୍ରଭାସ ଚନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଚରିତ୍ର ଗଠନ ଉପରେ ଗୁରୁତ୍ୱ ଦେଇ ତାଙ୍କ ବକ୍ତବ୍ୟ ପ୍ରଦାନ କରିଥିଲେ ।ଏବଂ ମୁଖ୍ୟବକ୍ତା ଭାବେ ମେଦିନୀପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ରାଜ୍ୟ ସଂଗଠକ, ସମାଜସେବୀ ପ୍ରକୃତି ବନ୍ଧୁ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ଓ ମେଦିନୀପୁର ଆବାସିକ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସୁଶିଲ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ତାଙ୍କର ବକ୍ତବ୍ୟ ପ୍ରଦାନକରି ବାଳବିକାଶ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ ମାର୍ଗଦର୍ଶନ ଦେଇଥିଲେ |ତତସଙ୍ଗେ ସଙ୍ଗେ ଶ୍ରୀ ସତ୍ୟସାଇ ସେବା ସମିତି, ଭବାନୀପାଟଣାର ଆବାହକ ଶ୍ରୀ ତୁଳସୀରାମ ସାହୁ, କାର୍ଯ୍ୟକ୍ରମ ସଂଯୋଜନା କରିଥିବା ସ୍ଥଳେ ସଂଯୋଜିକା ଶ୍ରୀମତୀ ରିଙ୍କୁ ଚୌଧୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କେ.ଭକ୍ତି ଗୀତ, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ଆନନ୍ଦିନୀ ସାହୁ,ସୁବ୍ରତ ଖାଡ଼ଙ୍ଗା, ଗତିକୃଷ୍ଣ ସାହୁ, ବିଭୁତି ଭୂଷଣ ସାହୁ, କ୍ଷୀତେଶ୍ୱର ବେହେରା,ନିରଞ୍ଜନ ସ୍ୱାଇଁ, ଦାଶରଥି ନନ୍ଦ, ଶ୍ରୀନିବାସ ମହାପାତ୍ର, ସୁଶିଲ ନାଗ,ଭାସ୍କର ଦୋରା, ଏସ. ଗୌରୀଲଳିତା, ଗାୟତ୍ରୀ ସାହୁ, ଲୋଚନା ରାଉତ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ |
ଭବାନୀପାଟଣା ସମିତିର ବାଳବିକାଶ ଛାତ୍ର ଛାତ୍ରୀମାନଙ୍କର ଅଭିଭାବକମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ, ଏବଂ ପରି ଶେଷରେ ଭବାନୀପାଟଣା ସମିତିର ଶିକ୍ଷା ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଙ୍କଧନ୍ୟବାଦ ପ୍ରଦାନ ପରେ ଦିବ୍ୟ ଏବଂ ପ୍ରେମ ପରିବେଶ ଭିତରେ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!