ଓଡିଶା ଖବର

ପୁରୀ ଆଞ୍ଚଳିକ ପରିବହନ, ପୋଲିସ ବିଭାଗ ଓ ଟ୍ରାଫିକ ପୋଲିସ୍ ପକ୍ଷରୁ ମିଳିତ ଚଢାଉ ୩ ଗୋଟି ଅଟୋ ସିଜ୍ ଓ ୧ ଲକ୍ଷ ୬୬ ହଜାର ଫାଇନ କରାଗଲା

ପୁରୀ -୦୯-୦୫- (AKN NEWS): ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଏସପି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ୦୯ ତାରିଖ ସନ୍ଧ୍ୟାରେ ପୁରୀ ସହର ର ସମୁଦ୍ର କୂଳ ଅଞ୍ଚଳ ରେ ପୁରୀ ଆର ଟି ଓ , ପୋଲିସ ବିଭାଗ ଓ ଟ୍ରାଫିକ ପୋଲିସ ପକ୍ଷ ରୁ ଅଟୋ ଯାନ ମାନଙ୍କ ଉପରେ ମିଳିତ ଚଢାଉ କରା ଯାଇ ଥିଲା l ଶତାଧିକ ଅଟୋ ଗୁଡ଼ିକୁ ଚେକିଙ୍ଗ କରାଯାଇଥିବା ବେଳେ ସେଥି ମଧ୍ୟରୁ ୩ ଗୋଟି ଅମାନିଆ ଅଟୋ ରିକ୍ସା ଚାଳକ ଙ୍କୁ ଅଟକ ରଖାଯାଇ ଅଟୋ ଗୁଡ଼ି କୁ ବିଭିନ୍ନ ଥାନା ରେ ସିଜ୍ କରlଯାଇଛି l ଏବଂ ସେମାନଙ୍କ ଠାରୁ ବିଭିନ୍ନ କେଶ ରେ ସମୁଦାୟ ୧ ଲକ୍ଷ ୬୬ ହଜାର ଟଙ୍କା ଫାଇନ ଚାଲାଣ କରାଯାଇଥିଲା l ଆଗକୁ ଗାଡ଼ି ମାନଙ୍କ ର ଅପଡେଟ ଲାଇସେନ୍ସ ସହିତ ପାର୍କିଂ ନିୟମ, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର ନ କରିବା, ନିର୍ଦ୍ଧାରିତ ଦର ଆକାର ରେ ଭଡ଼ା ନେବା, ଯାତ୍ରୀ ଓ ପର୍ଯ୍ୟଟକ ଙ୍କ ଉପରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ଇତ୍ୟାଦି ନୀୟମ କୁ କଡ଼ା କଡ଼ି ଭlବେ ପାଳନ କରିବାକୁ ତାଗିଦ୍ କରିଥିଲେ l ଆର୍ ଟି ଓ ରବିନ୍ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧାନ ରେ ପୋଲିସ ଓ ଟ୍ରାଫିକ ପୋଲିସ୍ ର ସହାୟତାରେ ଅନୁଷ୍ଟିତ ଏହି ଚଢାଉ ବେଳେ ଅଟୋ ଚାଳକ ସବୁ ଛାନିଆ ହୋଇ ଯାଇଛନ୍ତି l ପର୍ଯ୍ୟଟକ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଓ ପୁରୀ ପବ୍ଲିକ୍ ର ସ୍ୱାର୍ଥ ଦୃଷ୍ଟିରୁ ଆଗକୁ ପରିବହନ , ପୋଲିସ୍ ଓ ଟ୍ରାଫିକ ପୋଲିସ୍ ପକ୍ଷରୁ ଆହୁରି କଡ଼ା କଡ଼ି ଚେକିଂ ଓ ଫାଇନ କରାଯିବ ବୋଲି ଆର ଟି ଓ ଶ୍ରୀ ପଟ୍ଟନାୟକ ଙ୍କ ଠାରୁ ପ୍ରକାଶ ପାଇଛି l ପରିବହନ ଅଧିକାରୀ ରବିନ ପଟ୍ଟନାୟକ , ଟ୍ରାଫିକ ଥାନା ସି ବିଚ୍ ଉଭୟ ଥାନା ଭାରପ୍ରାପ୍ତ ଅଧିକାରୀ ଉଭୟ ବିଭାଗ ଅଧିକାରୀ ମାନେ ସାମିଲ୍ ରହି ଥିଲେ l

ପୁରୀ ରୁ ରଞ୍ଜନ ଦାସ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!