ଓଡିଶା ଖବର

‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଯାପିତ ମଞ୍ଚକଳା ବଞ୍ଚିଲେ, ସମାଜ ବଞ୍ଚିବ

‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ନାଟ୍ୟ କର୍ମଶାଳା ଉଦଯାପିତ

ମଞ୍ଚକଳା ବଞ୍ଚିଲେ, ସମାଜ ବଞ୍ଚିବ

ଭବାନୀପାଟଣା, ୧୧।୦୫ (AKN NEWS): କଳାହାଣ୍ଡିର ଅଗ୍ରଣୀ ‘ସ୍ମାରକୀ ନାଟ୍ୟ ସଂସ୍ଥା’ ପକ୍ଷରୁ ସ୍ଥାନୀୟ କଳାହାଣ୍ଡି ଲେଖକ କଳା ପରିଷଦ ଠାରେ ନାଟ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି। ଏହି ୧୦ ଦିନିଆ କର୍ମଶାଳାରେ ନାଟକ କ୍ଷେତ୍ରରେ ପ୍ରତିଦିନ ଅଭିଜ୍ଞ ନାଟ୍ୟକର୍ମୀ ଗୁରୁ ପ୍ରଭାସ ଚନ୍ଦ୍ର ମିଶ୍ର, ପରମେଶ୍ଵର ମୁଣ୍ଡ, ଶୁଭେନ୍ଦୁ ମହାପାତ୍ର, ସୌରଭ ମହାପାତ୍ର ପ୍ରମୁଖ ଯୋଗ ଦେଇ ନାଟ୍ୟ ଶିକ୍ଷା ଦେଇଥିଲେ। ସଙ୍ଗୀତ, ନୃତ୍ୟ, ବାଦ୍ୟ, ମଞ୍ଚ ନିର୍ମାଣ, ଚରିତ୍ର, ସଂଳାପ ଆଦି ମଞ୍ଚ ନାଟକର ଏକ ଏକ ଉପାଦାନ। କଳା ପେଟପାଟଣା ପାଇଁ ନୁହଁ, ବରଂ କଳା ଜୀବନ ଗଢିବାରେ ସାହାଯ୍ୟ କରେ। ଉଦୀୟମାନ ଶିଶୁ କଳାକାର ହିଁ ଆଗାମୀ କାଲିର ଭବିଷ୍ୟତ। ମଞ୍ଚ କଳା ବଞ୍ଚିଲେ ହିଁ ସମାଜ ବଞ୍ଚିବ ବୋଲି ଆଜି ନାଟ୍ୟ କର୍ମଶାଳାର ଉଦଯାପନୀ ସନ୍ଧ୍ୟାରେ ଉପସ୍ଥିତ ଅତିଥିଗଣ ମନ୍ତବ୍ୟ ଦେଇଥିଲେ। ଆଜି ଅନୁଷ୍ଠିତ ଉଦଯାପନୀ ପର୍ବରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଭାସ ଚନ୍ଦ୍ର ମିଶ୍ର, ସାମ୍ବାଦିକ ଦେବେନ୍ଦ୍ର ବିଶି, ପ୍ରତିଭା ଅନୁଷ୍ଠାନର ଅଧ୍ଯକ୍ଷ ଧ୍ୟାନାନନ୍ଦ ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଉଦବୋଧନ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର। ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ଯୁବଶିଳ୍ପୀ ଶିବଶକ୍ତି ପୁରୋହିତ, ପ୍ରିୟଙ୍କା ପଟ୍ଟନାୟକ, ଶାଳିନୀ ମହାପାତ୍ର, ଶ୍ରାବଣୀ ରଥ, ଦୀପ୍ତିମୟୀ ସିଂ, ଅଦିତୀ ନିଶିତା ମିଶ୍ର, ରୋଶନ ନାଏକ, ନମ୍ରତା ନାଏକ, ପ୍ରେମଲାଲ ନାଏକ, ଅବିନାଶ ଅଗସ୍ତି, ରାହସ ଆରିୟନ ପାତ୍ର, ଅନିଷ୍କା ଠାକୁର, ସୁଧ୍ରିତୀ ଦାସ ପ୍ରମୁଖଙ୍କୁ ଅତିଥିଗଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜ୍ୟୋତିରାଣୀ ଦାସ, ପ୍ରୀତି ପଟ୍ଟନାୟକ, ପ୍ରଦୀପ ଦାସ, ତାପସ ପଟେଲ, ଶେଖର ମିଶ୍ର, ପ୍ରତୀକ୍ଷା ଠାକୁର, ସଲୋନି ରଥ, ଅନ୍ଵେଷା ପଣ୍ଡା, ଶୁଭମ୍ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଶେଷରେ ଆଶୁତୋଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!