ଅନନ୍ୟଓଡିଶା ଖବର

ଡ଼. ଶିବରାମ ନାୟକ ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:

ଡ଼. ଶିବରାମ ନାୟକ ନର୍ଲା ନିର୍ବାଚନ ମଣ୍ଡଳୀ ରେ ଘରକୁ ଘର ବୁଲି ମାରାଥନ ପ୍ରଚାର:

ନର୍ଲା: ତା 11/05/2024 ରିଖ ନର୍ଲା ରେ ତାତି ଯେତିକି ବଢୁଛି ରାଜନୈତିକ ଉଷ୍ମତା ସେତିକ ଦେଖିବାକୁ ମିଳୁଛି | ଆଜି କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ପ୍ରଚାର କୁ ଯୋରଦାର କରିଛନ୍ତି କଳାହାଣ୍ଡି ର ଜଣାଶୁଣା ବିଶିଷ୍ଠ ଶିକ୍ଷାବିତ ଓ ସମାଜସେବୀ ତଥା ଫରୱାର୍ଡ ବ୍ଲକ ପ୍ରାର୍ଥୀ ଡ଼. ଶିବରାମ ନାୟକ | ନର୍ଲା ନିର୍ବାଚନ ମଣ୍ଡଳୀ ର ଦୁର୍ଗମ ଅଞ୍ଚଳ ଏମରାମପୁର ବ୍ଲକ ର ସାତମୌଜା,ମାଣିକେରା, ସାଲେପାଲି,ଦେଡସୁଳି,କାଉପଦଜାମୁଲି, ତଳନୁଆଁଗାଁ, ଲୁବେନଗଡ ଭଳି ବିଭିନ୍ନ ପଞ୍ଚାୟତ ଓ ଗ୍ରାମ କୁ ଯାଇ ଲୋକଙ୍କୁ ଭେଟି ଭୋଟ ଭିକ୍ଷା କରୁଛନ୍ତି ଡ଼. ନାୟକ | ନର୍ଲା ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଗଳି କନ୍ଦି କୁ ଯାଇ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଯୁବ ଭୋଟର ମାନଙ୍କୁ ସ୍ୱାଗତ କରିବା ସହ ଆଗାମୀ ନିର୍ବାଚନରେ ଏପରି ଶିକ୍ଷାବିତ୍ ଙ୍କୁ ଚୟନ କରି ଫୋରୱାର୍ଡ ବ୍ଲକର ବିଧାନସଭା ପ୍ରାର୍ଥୀ ଙ୍କୁ ସିଂହ ଚିହ୍ନ ରେ ବିପୁଳ ମାତ୍ରା ରେ ଭୋଟ ଦେବା ପାଇଁ ଆହ୍ୱାନ କରିଛନ୍ତି | ଏହା ସହିତ ଫୋରୱାର୍ଡ ବ୍ଲକ ର ବିଧାନସଭା ପ୍ରାର୍ଥୀ ଙ୍କ ଇସ୍ତିହାର ଗୁଡିକୁ ମଧ୍ୟ ଗ୍ରହଣୀୟ ବୋଲି ନର୍ଲା ନିର୍ବାଚନ ମଣ୍ଡଳୀ ବିବେଚନା କରିଛନ୍ତି | ଏହି ପରିପ୍ରେକ୍ଷୀରେ ଶତାଧିକ ନୂତନ ଭୋଟରଙ୍କ ସହିତ ଗାଁ ର ଜନତା ମଧ୍ୟ ସାମିଲ ହୋଇଥିଲେ l

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!