ଓଡିଶା ଖବର

ବଲାଙ୍ଗୀରରେ ପୁଣି ‘ଓଡିଆ ଅସ୍ମିତା’ ପ୍ରସଙ୍ଗ ଉଠାଇଲେ ମୋଦୀ । କହିଲେ ଓଡିଆ ଅସ୍ମିତା ସଙ୍କଟରେ । ଓଡିଆ ଅସ୍ମିତା କେମିତି ବଞ୍ଚିରହିବ ?

(AKN NEWS): ବଲାଙ୍ଗୀରରେ ପୁଣିଥରେ ଓଡିଆ ଅସ୍ମିତା ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ସିଧା ସିଧା ରାଜ୍ୟ ସରକାରକୁ ଟାର୍ଗେଟ କରିବା ସହିତ ଓଡିଆ ଅସ୍ମିତା ସଙ୍କଟରେ ଅଛି ବୋଲି କହିଛନ୍ତି ମୋଦୀ । ବଲାଙ୍ଗୀରରେ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, ଓଡିଆ ଲୋକ ବହୁତ ସ୍ୱାଭିମାନୀ, ସେମାନେ କେବେ ବି ଅନ୍ୟାୟ ଆଗରେ ମୁଣ୍ଡ ନୁଆଁନ୍ତିନି । ଯେବେ ବି ମୁଁ ଓଡିଶା ବିଷୟରେ ଭାବେ, ସେତେବେଳେ ମୋତେ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ସ୍ମରଣ ହୁଏ, ତା ସହିତ ଚନ୍ଦ୍ରଶେଖର ବେହେରା, ଉକ୍ରଳମଣି ଗୋପବନ୍ଧୁ ଦାସ, ସହିଜ ବାଜିରାଉତ, ଡକ୍ଟର ହରେକୃଷ୍ଣ ମହତାବ, ବିଜୁ ବାବୁଙ୍କୁ ମୁଁ ସ୍ମରଣ କରେ । ଏମାନେ ସମସ୍ତେ ଓଡିଶାର ସିଦ୍ଧାନ୍ତର ଓ ଅସ୍ମିତା ସହ ସମଝୌତା କରିନଥିଲେ । ହେଲେ ସେମାନେ ଆଜି ଓଡିଶାର ସ୍ଥିତି ଦେଖି କଣ ଭାବୁଥିବେ? ତାଙ୍କ ଆତ୍ମ ଉପରେ କଣ ବିତୁଥିବ? ବୋଲି ମୋଦୀ କହିଛନ୍ତି ।

 

ଏଥିସହିତ ଆଜି ଓଡିଆ ସଂସ୍କୃତି ସଙ୍କଟରେ ଘେରି ରହିଛି, ଓଡିଆ ଅସ୍ମିତା କେମିତି ବଞ୍ଚିରହିବ ? ଆମେ ଓଡିଆ ଅସ୍ମିତାକୁ କାହା ପାଖରେ ବନ୍ଧା ରଖିପାରିବୁନି । ସେଥିପାଇଁ ବିଜେପି ଭାବିସାରିଛି, ସେ ଓଡିଶାକୁ ଏ ସଙ୍କଟରୁ ବାହାର କରିବ । ଜୁନ୍ ୪ ତାରିଖ ହେଉଛି ବିଜେଡି ସରକାରର ଏକ୍ସପାଏରୀ ଡେଟ୍ । ଜୁନ୍ ୧୦ ତାରିଖରେ ବିଜେପି ଓଡିଶାରେ ସରକାର ଗଢିବା ସହିତ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଏଥିସହ ବିଜେପିର ମୁଖ୍ୟମନ୍ତ୍ରୀ ସେ ବନିବେ, ଯିଏ ଓଡିଶା ମାଟିରେ ଜନ୍ମ ହେଇଛି । ଯିଏ ଏଠାକାର ସଂସ୍କୃତି ସହ ବଞ୍ଚିଛି, ଭଗବାନ ଜଗନ୍ନାଥଙ୍କ ଚରଣରେ ବଡ ହେଇଛି । ଏହା ହେଉଛି ମୋଦୀର ଗ୍ୟାରେଣ୍ଟି ।

 

ଅନ୍ୟପଟେ ମୋଦୀ କହିଥିଲେ, ଓଡିଶା ହିନ୍ଦୁସ୍ଥାନର ଗୋଟିଏ ଧନୀ ରାଜ୍ୟ । ହେଲେ ସବୁଠୁ ଅଧିକ ଗରିବ ଓଡିଶାରେ ରହୁଛନ୍ତି । ଏଠାକାର ଜନତା ଗରିବୀ ସହ ଲଢୁଛନ୍ତି । ଏତେ ଧନୀ ରାଜ୍ୟର, ଲୋକ ଗରିବ କାହିଁକି? ୫୦ ବର୍ଷ ବର୍ବାଦ ହେଇଯାଇଛି । ଏଥିପାଇଁ ମୁଁ ଆର୍ଶୀବାଦ ମାଗିବାକୁ ଆସିଛି ବୋଲି କହିବା ସହିତ ବିଜେପିକୁ ଆଶୀର୍ବାଦ କରିବାକୁ ଆହ୍ୱାନ ଦେଇଥିଲେ ମୋଦୀ ।

 

ସେପଟେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ମୋଦୀ କହିଥିଲେ, ଏବେ ଆପଣଙ୍କ ଅଞ୍ଚଳକୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢିବାକୁ ଆସିଛନ୍ତି । ତାଙ୍କୁ ବାଜା ବଜାଇ, ବିଦାୟ ଦେଇଦିଅନ୍ତୁ । ଯେବେ ନବୀନ ବାବୁ ଏଠାକୁ ନିର୍ବାଚନ ପ୍ରଚାରରେ ଆସନ୍ତି, ତାଙ୍କୁ ଭେଟିଲେ ବିନା କାଗଜ ଧରି କଣ୍ଟାବାଞ୍ଜିର ୧୦ଟି ଗାଁର ନାଁ ପଚାରିବେ । ସେ ୧୦ଟି ଗାଁ ର ନାଁ କହିପାରିବେ ନାହିଁ । ଏତେ ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ, ଯେଉଁଠି ନିର୍ବାଚନ ଲଢିବାକୁ ଆସୁଛନ୍ତି, ସେ ସେହି ଅଞ୍ଚଳର ୧୦ଟି ଗାଁର ନାଁ କହିପାରୁନାହାଁନ୍ତି । ସେ ଲୋକଙ୍କ ଦୁଃଖ ଜାଣିନାହାଁନ୍ତି, ଲୋକଙ୍କ ସ୍ୱପ୍ନ ଜାଣିନାହାଁନ୍ତି, ସାମର୍ଥ୍ୟ ଜାଣିନାହାଁନ୍ତି ବୋଲି କହିବା ସହ ନବୀନଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!