ଓଡିଶା ଖବର

ଦିନକୁ ଦିନ ବଢୁଛି ବର୍ଷା ଙ୍କ ଲୋକ ପ୍ରିୟତା, ଲୋକଙ୍କ ଚର୍ଚ୍ଚା ପୁଣି ଥରେ ବର୍ଷା ସିଂ ବରିହା 

(AKN NEWS): ନିର୍ବାଚନ ଯେତିକି ପାଖେଇ ଆସୁଛି ପଦ୍ମପୁର ନିର୍ବାଚନ ମଣ୍ଡଳୀ ରେ ପ୍ରଚାର ସେତିକି ଯୋର ଧରୁଛି । ପଦ୍ମପୁର ବିଜେଡି ବିଧାୟୀକା ପ୍ରାର୍ଥୀନୀ ବର୍ଷା ସିଂ ବରିହା ବିଜୁ ଜନତା ଦଳ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପ୍ରଚାର ର ମଙ୍ଗ ନିଜେ ଧରିଥିବା ବେଳେ ପଦ୍ମପୁର ଉପଖଣ୍ଡ ଖଇରପାଲି ପଂଚାୟତ ର ଖଇରପାଲି,ଗୁଠୁର୍ଲା ,ବୁଡ଼ାମାଳ, ଲୁହାଖାନ,ଭେଲୁଆପଦର, ବାନ୍ଦୁପାଲି, କଂସାର ଗ୍ରାମ ରେ ରେ ବ୍ୟାପକ ନିର୍ବାଚନୀ ପ୍ରଚାର ଚଳାଇଛନ୍ତି ।ତେବେ ତାଙ୍କ ପ୍ରଚାର ବେଳେ ବିଭିନ୍ନ ବର୍ଗ ର ଜନ ସାଧାରଣ ସାମିଲ ହେଉଥିବା ବେଳେ ବିଶେଷ କରି ମହିଳା ଓ ଯୁବ ଗୋଷ୍ଟି ଅଧିକ ସଂଖ୍ୟା ରେ ସାମିଲ ହୋଇ ବିଜେଡି ପାଇଁ ପ୍ରଚାର କରୁଛନ୍ତି ।

ତେବେ ଏହି ପ୍ରଚାର ସମୟ ରେ ସ୍ଥାନୀୟ , ମହିଳା ଯୁବ ଗୋଷ୍ଟି ସ୍ଵତଃ ସାମିଲ ହେଉଥିବା ବେଳେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନିତି ଆଦର୍ଶ ଓ ବିକାଶ ମୁଖୀ ଚିନ୍ତାଧାରା ରେ ସାମିଲ ହେବା ସହିତ ବର୍ଷା ଙ୍କ କାର୍ଯ୍ୟ ଶୈଳୀ ସେମାନଙ୍କୁ ଆକୃଷ୍ଟ କରୁଥିବା ଲକ୍ଷ କରାଯାଉଛି ।ଏହି ଅବସର ରେ ବିଭିନ୍ନ ଗ୍ରାମ ର ବିଜୁ ଜନତା ଦଳ ର ପ୍ରମୁଖ ଙ୍କ ସମେତ ବହୁ ଯୁବ ଗୋଷ୍ଟି ଵିଧାୟିକା ବର୍ଷା ସିଂ ବରିହା ଙ୍କ ପ୍ରଚାର ରେ ସାମିଲ ହୋଇ ଆଗାମୀ ନିର୍ବାଚନ ରେ ରାଜ୍ୟ ର ଡବଲ ବିକାଶ ପାଇଁ ଡବଲ ଶଙ୍ଖ ରେ ଆଶୀର୍ବାଦ ପାଇଁ ଜନ ସାଧାରଣ ଙ୍କୁ ନିବେଦନ କରୁଥିବା ଦେଖାଯାଉଛି।

ବରଗଡ ଜିଲ୍ଲା ଗାଇସିଲେଟ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!