ଓଡିଶା ଖବର

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

ଦ୍ବାଦଶ କଳାରେ ଭବାନୀପାଟଣା ସରକାରୀ ମହିଳା ମହାବିଦ୍ୟାଳୟର ସୋହାନୀ ଚଲାନ କଳାହାଣ୍ଡି ଟପ୍ପର

କଳାହାଣ୍ଡି (AKN NEWS): ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ଏଥିରେ ଭବାନୀପାଟଣା ସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟର ଛାତ୍ରୀ ସୋହାନୀ ଚଲାନ ୯୦.୧୬ ପ୍ରତିଶତ (୫୪୧ ନମ୍ବର) ସହ କଳାହାଣ୍ଡି ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଜିଲ୍ଲା ତଥା ମହାବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି। ଏହି ମହାବିଦ୍ୟାଳୟର କଳା ବିଭାଗରେ ୧୯୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୭୪ ଜଣ ଛାତ୍ରୀ କୃତିତ୍ୱ ହାସଲ କରିଛନ୍ତି। ସେଥି ମଧ୍ୟରୁ ୪୮ ଜଣ ଛାତ୍ରୀ ପ୍ରଥମ, ୩୯ ଜଣ ଦ୍ୱିତୀୟ ଓ ୮୭ ଜଣ ଶ୍ରେଣୀରେ ଉର୍ତ୍ତୀର୍ଣ୍ଣ ହୋଇଛନ୍ତି। ଉକ୍ତ ମହାବିଦ୍ୟାଳୟର ପାସ୍ ହାର ୮୭ ପ୍ରତିଶତ ହୋଇଥିବାରୁ ମହାବିଦ୍ୟାଳର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ଓ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଶୁଭେଚ୍ଛା ଜଣାଇଛନ୍ତି।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!