ପୋଡ଼ାଗଡ ନଦୀବନ୍ଧ ରାସ୍ତା କାମ ନିମ୍ନମାନର ସନ୍ଧେହ ରେ ଅଞ୍ଚଳ ବାସି ଭିଜିଲାନ୍ସ ଵିଭାଗ କୁ ତଦନ୍ତ ଲାଗି ଅନୁରୋଧ

ପୋଡ଼ାଗଡ ନଦୀବନ୍ଧ ରାସ୍ତା କାମ ନିମ୍ନମାନର ସନ୍ଧେହ ରେ ଅଞ୍ଚଳ ବାସି ଭିଜିଲାନ୍ସ ଵିଭାଗ କୁ ତଦନ୍ତ ଲାଗି ଅନୁରୋଧ
(AKN NEWS)ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଡେମ ପ୍ରକଳ୍ପ ଅଧୀନରେ ଥିବା ପୋଡ଼ାଗଡ଼ ଡେମ ରାସ୍ତା ମରାମତି କାର୍ଯ୍ୟ ନିମ୍ନମାନର କରାଯାଉଥିବା ବେଳେ ଅଞ୍ଚଳବାସୀ ଅସନ୍ତୋଷ ହୋଇ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ରୁ ନିକଟସ୍ତ ଲମତା ଗୁଡା ପଞ୍ଚଯତ ର ଫଟଗୁଡ଼ା ରୁ କୁସମ ଗୁଡା, ବୁଡ଼ିଅଞ୍ଚଳିଆ ସାଇ ଦେଇ ଖୁଣ୍ଟିଆ ଗୁଡା ରାସ୍ତା ଦୀର୍ଘ 30 ବର୍ଷ ରୁ ଉର୍ଦ୍ଧ ହେବ ଇନ୍ଦ୍ରାବତୀ ପ୍ରକଳ୍ପ 3 କିଲମିଟର ରାସ୍ତା ଦେଇ ପାରୁନି ବାରମ୍ବାର କିନ୍ତୁ 8 କିଲମିଟର ରୁ ଉର୍ଦ୍ଧ ରାସ୍ତା ପୁନାବୃତି ନିର୍ମାଣ ଲାଗି ବଜେଟ ପାସ ହେଉଛି କାହିଁକି ଏଥିରୁ ସ୍ୱଷ୍ଟ ସନ୍ଧେହ ସୃଷ୍ଟି ହେଉଛି କି ପ୍ରକଳ୍ପ ବିଭାଗୀୟ ଅଧିକାରୀ, କନିଷ୍ଟ ଯନ୍ତ୍ରୀ, ଠିକାଦାର ମିଳାପରେ, ଅଞ୍ଚଳବାସିଙ୍କୁ ଭକୁଆ ବନାଇ ତାଙ୍କେ ସାଉକାର ଆମେ ବେକାର ବଲି ଦୁଃଖ ପ୍ରକାଶ କରିଥିବାର ଦେଖିବାକୁ ମିଲିସିଚି ,
ରାସ୍ତା ନିର୍ମାଣ କଥା ନକହିଲେ ବା ଭଲ I କଣ ପାଇଁ ଏବଂ କାହା ଅନୁକମ୍ପାରେ ସମ୍ପୃକ୍ତ ଠିକାଦାର ଏଭଳି ନିମ୍ନମାନର କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାହା ଅଞ୍ଚଳ ବାସିଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଇନ୍ଦ୍ରାବତୀ ପ୍ରକଳ୍ପ ମୁରବୀ ବିହୀନ ସ୍ଥିତିରେ ଦୀର୍ଘ ଦିନ ଧରି ଚାଲି ଆସୁଥିବାବେଳେ ଏଠାକାର ଅଧିକାରୀ ଅନ୍ୟ ପ୍ରକଳ୍ପରେ ମଧ୍ୟ ଦାୟିତ୍ବ ତୁଲାଇ ଆସୁଥିବାର ଜଣା ପଡୁଥିବା ବେଳେ । ଏଠାକାର ଅନ୍ୟ ପ୍ରକଳ୍ପ କର୍ମଚାରୀ ନିଜର ମାନମାନି ଦେଖାଇ ଠିକାଦାରମାନଙ୍କ ସହ ହାତ ଘସା କରି ସଲାସୁତୁରାରେ କାର୍ଯ୍ୟ କରୁଥିବାରୁ କାର୍ଯ୍ୟଗୁଡିକ ନିମ୍ନମାନର ହେଉଥିବାର ଜଣା ପଡୁଛି । ରାଜ୍ୟର ଅନ୍ୟତମ ପ୍ରମୁଖ ଜଳଭଣ୍ଡାର ମଧ୍ୟରୁ ଇନ୍ଦ୍ରାବତୀ ପ୍ରକଳ୍ପରେ କେତେକ ଦୁର୍ନୀତି ଖୋର ଅଫିସରଙ୍କ ଯୋଗୁଁ ବିଭିନ୍ନ ସମୟରେ କାର୍ଯ୍ୟରେ ଅନିୟମିତତା ସହ ନିମ୍ନମାନର ହେଉଥିବା ଅଞ୍ଚଳବାସୀ ଙ୍କ ଅଭିଯୋଗ ହେଉଛି।
ଏଭଳି ଅନ୍ୟାୟକୁ ବିରଦ କରି ଅଞ୍ଚଳବାସୀ ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟ ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଭିଜିଲାନ୍ସ ପକ୍ଷରୁ ତଦନ୍ତ କରି ବହୁ ବର୍ଷର ଦୁର୍ନୀତିକୁ ପର୍ଦ୍ଦାଫାସ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଥିବା ବେଳେ । ଆହୁରି ମଧ୍ୟ ଏଠାକାର ବିଭିନ୍ନ କାର୍ଯ୍ୟ ପୂର୍ବରୁ ହାତଗୁଞ୍ଜା ନେଇ ଏଷ୍ଟିମେଣ୍ଟ କରାଯାଉଥିବା ଅଭିଯୋଗ ହେଉଛି, ତେଣୁ ଏହାର ତଦନ୍ତ କରି ଦୁର୍ନୀତି ଗ୍ରସ୍ତ ସରକାରୀ ବାବୁ ଓ ଠିକାଦାର ବାବୁ ମାନଙ୍କୁ ଉଚିତ୍ ନ୍ୟାୟ,ଅଞ୍ଚଳ ବାସୀଙ୍କ ନ୍ୟାର୍ଯା ଦାବୀ।
ତେନ୍ତୁଳି ଖୁଣ୍ଟି ବ୍ଲକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ AKN NEWS


