ଓଡିଶା ଖବର
ଅନୁଗୋଳ ଜେରେଙ୍ଗ ଦେହୁରୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗାଁ ଦାଣ୍ଡରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ।

ଅନୁଗୋଳ ଜେରେଙ୍ଗ ଦେହୁରୀ ସାହିରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଗାଁ ଦାଣ୍ଡରୁ ରକ୍ତାକ୍ତ ମୃତଦେହ ଉଦ୍ଧାର ।
AKN NEWS(୨୮/୦୫/୨୪) ଅନୁଗୋଳ ଜେରେଙ୍ଗ ଦେହୁରୀ ସାହି ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ଜେରଙ୍ଗ ଗାଁର ବିଭୁତି ଭୂଷଣ ଗଡ଼ନାୟକଙ୍କୁ ହତ୍ୟା କରାଯାଇଛି । ରକ୍ତାକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ପୂର୍ବରୁ ନିର୍ବାଚନରେ ଟଙ୍କା ଖର୍ଚ୍ଚକୁ ନେଇ ନେଇ ଗଣ୍ଡଗୋଳ ହୋଇଥିଲା । ଥାନାରେ ଟଙ୍କା ଖର୍ଚ୍ଚକୁ ନେଇ ହୋଇଥିବା ଗଣ୍ଡଗୋଳର ସମାଧାନ ବି କରାଯାଇଥିଲା । ହେଲେ ଏହା ପରେ ତାଙ୍କ ମୃତଦେହ ଗାଁ ଦାଣ୍ଡରେ ମିଳିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଭୁତି ଭୂଷଣଙ୍କୁ କିଏ ହତ୍ୟା କଲା ଓ କାହିଁକି ହତ୍ୟା କଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।ଅନୁଗୋଳରୁ କାଳନ୍ଦି ବେହେରାଙ୍କ ରିପୋର୍ଟ ଏକେଏନ୍ ନ୍ୟୁଜ୍।


