ଓଡିଶା ଖବର
ଭାଗବତ ଓ ସଙ୍କୀର୍ତ୍ତନ ସଂଘର ଭେଟଘାଟ

ଭାଗବତ ଓ ସଙ୍କୀର୍ତ୍ତନ ସଂଘର ଭେଟଘାଟ
ଭବାନୀପାଟଣା,୨୯/୫: ସଦର ବ୍ଲକ ବୋର୍ଡା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଳକର ସମସ୍ତ ଭାଗବତ ଓ ସଂକୀର୍ତ୍ତନ୍ୟ ମହାମେଳି ଭେଟଘାଟ ହୋଇଥିଲା। ଏହି ସଭାରେ ବଲାଙ୍ଗୀର ସଂକୀର୍ତ୍ତନ୍ୟ କଳା ସଂସ୍କୃତି ସଂଘ ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ତ୍ରିପାଠୀ ମୁଖ୍ୟ ଅତିଥି, ଟିଟିଲାଗଡ଼ ବ୍ଳକ ସଭାପତି ପ୍ରଭଞ୍ଜନ ମାଝୀ, କେସିଙ୍ଗା ବ୍ଳକ ସଭାପତି ଜଗଦିଶ ରଣା, ଗୋଲାମୁଣ୍ଡା ବ୍ଳକ ସଭାପତି ବୁଲୁ ଧଙ୍ଗଡାମାଝୀ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସଭା ପରିଚାଳନା କରିଥିଲେ କଳାହାଣ୍ଡି ଜିଲ୍ଲା ସଂଗଠକ ରୁଦ୍ର ପ୍ରସାଦ ସାହୁ। ମେଦିନୀପୁର ପଞ୍ଚାୟତ ସଭାପତି ଦିବାକର ସାହୁ ଧନ୍ୟବାଦ ଅର୍ପଣ କରି ଥିଲେ।
ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ।


