ଓଡିଶା ଖବର

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର l

ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ପଞ୍ଚାୟତ ରେ ରାଜ୍ୟସଭା ସାଂସଦ ଙ୍କ ଭୋଟ ପ୍ରଚାର l
ବାଲେଶ୍ୱର ତା ୨୯ /୫ ବାଲେଶ୍ୱର ଜ଼ିଲ୍ଲା ରେମୁଣା ବ୍ଲକ ସୁତେଇ ରେ ରାଜ୍ୟସଭା ସାଂସଦ ତଥା ବିଜେଡି ର ଷ୍ଟାର ପ୍ରଚାରକ ନିରଞ୍ଜନ ବିଶି ନିର୍ବାଚନୀ ସଭା କରିଛନ୍ତି l ସଭା ରେ ସାନ୍ତାଳ,ମୁଣ୍ଡା,କୋଲ୍ହ, ଭୂମିଜ ସମାଜର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ l ରାଜ୍ୟସଭା ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ ଯେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ସବୁ ମନ୍ଦିର,ମସଜିଦ, ଚର୍ଚ୍ଚ, ଗୁରୁଦ୍ୱାର ର ସୌନ୍ଦର୍ଯ୍ୟକରଣ କରାଯାଇଛି l ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଗ୍ରାମାଞ୍ଚଳ ର କଳାକାର ମାନଙ୍କୁ ଉତ୍ସାହିତ ଏବଂ ପୁରସ୍କୃତ କରିବା ସହିତ ମାସିକ କଳାକାର ଭତ୍ତା ୧୨ ଶହ ଟଙ୍କା ରୁ ୨ ହଜାର ଟଙ୍କା କରାଯାଉଛି, ନିର୍ମାଣ ଶ୍ରମିକ ମାନଙ୍କୁ ବିଶେଷ ଆର୍ଥିକ ସହାୟତା ଦିଆଯାଉଛି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟୁତ ବିଲ ଛାଡ଼ ପାଇଁ ଘୋଷଣା କରିଥିବାରୁ ୯0 ପ୍ରତିଶତ ପରିବାର ମାଗଣା ବିଜୁଳି ବ୍ୟବହାର କରିବେ,ବିଦ୍ୟୁତ ବିଲ ସରକାର ଭରଣା କରିବେ,ଜଙ୍ଗଲ ଜମି ଚାଷ ବାସ କରୁଥିବା ଆଦିବାସୀ ମାନଙ୍କୁ ଜଙ୍ଗଲ ଜମି ର ପଟ୍ଟା ଦିଆଯାଉଛି l ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ସକାଶେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବର୍ଷକୁ ମହିଳାଙ୍କ ପାଇଁ ଦଶ ଲକ୍ଷ ଏବଂ ପୁରୁଷ ମାନଙ୍କୁ ୫ ଲକ୍ଷ ଟଙ୍କା ସହାୟତା ଦିଆଯାଉଛି lମିଶନଶକ୍ତି ଜରିଆରେ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୧୫ ଲକ୍ଷ ଟଙ୍କା ଋଣ, କାଳିଆ ଯୋଜନା, ବଳିଆ ଯୋଜନାରେ କୃଷକ ଏବଂ ବୁଣାକାର ମାନଙ୍କୁ ପ୍ରୋତ୍ସାହନ ରାଶି ସହ ବିନା ସୁଧରେ ଋଣ,ନିର୍ମାଣ ଶ୍ରମିକ ସୁରକ୍ଷା ପାଇଁ ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଆର୍ଥିକ ସହାୟତା, ମମତା ଯୋଜନାରେ ଗର୍ଭବତୀ ମହିଳାଙ୍କୁ ସହାୟତା,5 ଟି ସ୍କୁଲ କଲେଜ ରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥା, ସବୁ ଗାଁ କୁ ବିଜୁଳି, ପାଣି, ପକ୍କା ରାସ୍ତା ସୁବିଧା, ମାଆ ପେଟ ରୁ ସ୍ମଶାନ ଘାଟ ପର୍ଯ୍ୟନ୍ତ ଜନ ହିତକାରୀ ଯୋଜନା, ବିଷୟରେ ରାଜ୍ୟସଭା ସାଂସଦ ଶ୍ରୀ ବିଶି ଆଲୋକପାତ କରିଥିଲେ l ଆଦିବାସୀ ଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ଠା ର ସହିତ କାର୍ଯ୍ୟ କରୁଛନ୍ତି ତେଣୁ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାର ଏବଂ ବିଧାନସଭା ର ବିଧାୟକ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଆଦିବାସୀ ଭାଇ ଭଉଣୀ ମାନଙ୍କୁ ନିବେଦନ କରିଥିଲେ l ଲତା ସିଂ ଧନ୍ୟବାଦ ଅର୍ପଣ କରିଥିଲେ l

Duryodhana barge nka report

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!