ଓଡିଶା ଖବର
ଜମିରେ ଅଜଗର, ଉଦ୍ଧାର କଲେ ଗ୍ରାମବାସୀ, ଜଙ୍ଗଲ ବିଭାଗକୁ ହସ୍ତାନ୍ତର

ଜମିରେ ଅଜଗର, ଉଦ୍ଧାର କଲେ ଗ୍ରାମବାସୀ, ଜଙ୍ଗଲ ବିଭାଗକୁ ହସ୍ତାନ୍ତର
ନୂଆପଡା,(AKN NEWS)୦୩.୦୬: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଳକ ଡୁମେରବାହାଲ ଗ୍ରାମ ଚଚରାପଡା ଗ୍ରାମ ଏକ ଜମିରେ ବିଶାଲ ଅଜଗର ସାପ ଦେଖିବାକୁ ପାଇଥିଲେ। ସେହି ଅଜଗର ସାପ କୁ ଗ୍ରାମବାସୀ ମାନେ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଛନ୍ତି। ଚଳାନପଡା ନିବାସୀ ପ୍ରହଲ୍ଲାଦ ପଣ୍ଡା ଓ ପ୍ରତିମା ପଣ୍ଡାଙ୍କ ଜମିରେ ଏକ ଅଜଗର ସାପ ଦେଖିବାକୁ ମିଳିଥିଲା । ଘର ପାଖରେ ଜମି ରହିଥିବାରୁ ପରିବାର ଲୋକେ ସାପ ଦେଖି ଡରି ଯାଇଥିଲେ। ଖଡ଼ିଆଳ ବନ ବିଭାଗକୁ ସୂଚନା ଦେଲା ପରେ ବନ ବିଭାଗ କର୍ମଚାରୀ ଆସି ଅଜଗରକୁ ଧରି ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି । ସାପ ଆନୁମାନିକ ଲମ୍ବ ୯ ଫୁଟ ଥିବା ବେଳେ ୧୦ କେଜି ରୁ ଉର୍ଦ୍ଧ ଉଜନ ହେବା ଅନୁମାନ କରାଯାଏ।
Om Prakash Agrawal Nka Report AKN NEWS


