ଓଡିଶା ଖବର

ଉଚ୍ଚ ମାଧୟମିକ ଶିକ୍ଷା ପରିଷଦ ଦ୍ବାରା ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି ।

ଉଚ୍ଚ ମାଧୟମିକ ଶିକ୍ଷା ପରିଷଦ ଦ୍ବାରା ଚଳିତ ଶିକ୍ଷାବର୍ଷ ୨୦୨୩-୨୪ର ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ପରୀକ୍ଷାରେ କଳିଆବଲି ସ୍ଥିତ ସେଞ୍ଚୁରୀୟନ୍ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ୬୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୦ଜଣ ପରୀକ୍ଷାର୍ଥୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ଜଣ ଦ୍ଵିତୀୟ ଶ୍ରେଣୀରେ ଓ ୯ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଞ୍ଚଳିକ ନିର୍ଦ୍ଧେଶକ ଦିପ୍ତି ପ୍ରସାଦ ଦାସ, ଏବଂ ଅଧ୍ୟକ୍ଷ ଡ଼ଃ.ଲିଙ୍ଗରାଜ ସାହୁ ବିଦ୍ୟାର୍ଥୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ରାଧାନାଥ ପଣ୍ଡା ୫୦୬ ମାର୍କ ରଖି ସର୍ବୋଚ୍ଚ ସ୍ଥାନ ହାସଲ କରିଛନ୍ତି । ଉକ୍ତ ବିଦ୍ୟାଳୟର ଶତପ୍ରତିଶତ ଫଳାଫଳ ପାଇଁ ସ୍ଥାନୀୟ ଅଞ୍ଚଳରେ ଗୌରବ ଅର୍ଜନ କରିପାରିଛି । ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ନିଷ୍ଠାର ସହିତ ଶିକ୍ଷାଦାନ ଏବଂ ଉପଯୁକ୍ତ ଅନୁଶାସନ ଦ୍ଵାରା ବିଦ୍ୟାଳୟ ଆଜି ସ୍ଥାନୀୟ ଅଞ୍ଚଳରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିପାରିଛି ।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ। 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!