ଓଡିଶା ଖବର

ଅଧିରାଜ ବିଜୟୀ

(AKN NEWS):ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଅଧିରାଜ ପାଣିଗ୍ରାହୀ ବିଜୟୀ ହେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଲୋକଙ୍କ ଭିଡ ଜମିଛି। ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା, ବିଜେଡ଼ି କର୍ମୀ, ଶୁଭେଚ୍ଛୁ ମାନେ ତାଙ୍କର ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇବା ସହ ତାଙ୍କରି ନେତୃତ୍ବରେ ଖଡ଼ିଆଳ ଏକ ଉନ୍ନତ ଅଞ୍ଚଳରେ ପରିଣତ ହୋଇ ପାରିବ ବୋଲି ଆଶା କରିଥିଲେ। ଶ୍ରୀଯୁକ୍ତ ପାଣିଗ୍ରାହୀ ଲୋକେ ତାଙ୍କୁ ଯେଉଁ ଆଶା ରଖି ନିର୍ବାଚିତ କରିଛନ୍ତି ସେହି ଆଶା କୁ ଭାଙ୍ଗିବାକୁ ଦେବେ ନାହିଁ ବୋଲି କହିଥିଲେ।

ବିଜୟୀ ହେବା ନିଶ୍ଚିତ ହେବା ପରେ ସେ ବୟୋଜ୍ୟେଷ୍ଠ ମାନଙ୍କ ଆଶୀର୍ବାଦ ନେବା ସହ ଖଡ଼ିଆଳ ସ୍ଥିତ ମାଆ ସମଲେଶ୍ବରୀ ଓ ମାଆ ଠାକୁରାଣୀଙ୍କ ପୂଜା କରିଥିଲେ । ସୂଚନା ଥାଉକି ଅଧିରାଜ ପାଣିଗ୍ରାହୀ ୯୩୨୪୬ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ହିତେଶ କୁମାର ବଗର୍ତ୍ତୀ ୮୩୬୨୮ ଖଣ୍ଡ ଭୋଟ ପାଇ ପରାଜିତ ହୋଇଛନ୍ତି। ଶ୍ରୀ ପାଣିଗ୍ରାହୀ ୯୬୧୮ ଖଣ୍ଡ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି।

ଓମ ପ୍ରକାଶ ଚୌଧୁରୀଙ୍କ ରିପୋର୍ଟ AKN NEWS 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!