ଓଡିଶା ଖବର

ଦାଦନ ରାଇଜର କରୁଣ କାହାଣୀ । ଭଉଣୀ ହାତରେ ପରିବାର ବୋଝ । ପହଞ୍ଚି ପାରୁନି ସରକାରୀ ସହାୟତା !

ଦାଦନ ରାଇଜର କରୁଣ କାହାଣୀ ।
ଭଉଣୀ ହାତରେ ପରିବାର ବୋଝ ।
ପହଞ୍ଚି ପାରୁନି ସରକାରୀ ସହାୟତା !

କଣ୍ଟାବାଞ୍ଜି, ୧୫/୦୬,  : ତୁରେକେଲା ଥାନା ଅନ୍ତର୍ଗତ ଘୁନେସ ପଞ୍ଚାୟତ ର ଗଡଗଡବାହାଲ ଗ୍ରାମରେ ଯଶୋବନ୍ତି ପହରିଆ ଦାଦନ ଖଟିବାକୁ ଯାଇ ନିଜର ଛୋଟ ୪ ଭାଇଙ୍କୁ ପୋଷଣ କରୁଛନ୍ତି । ଅନେକ ସମୟରେ ଗ୍ରାମବାସୀ ସେମାନଙ୍କୁ ଖାଇବା ପାଇଁ ଯୋଗାଇ ଦେଉଛନ୍ତି। ବହୁତ୍ କଷ୍ଟରେ ନିଜ ୪ ଭାଇଙ୍କ ସହିତ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଯଶୋବନ୍ତି। ୪ ବର୍ଷ ଆଗରୁ ତାଙ୍କ ବାପା ଦଶରଥ ପହରିଆ ଏବଂ ତାଙ୍କ ମାଆ ଦୃପଦି ପହରିଆଙ୍କ ଦାଦନ ଖଟିବାକୁ ଯାଇ ବାହାର ରାଜ୍ୟରେ ମୃତ୍ୟୁ ଘଟିଥିଲା। ତେବେଠାରୁ ନିଜ ପରିବାରର ବୋଝ ତାଙ୍କ ଉପରେ । ସେ ନିଜେ ଦାଦନ ଖଟିବାକୁ ଯାଇ ନିଜ ଛୋଟ ଛୋଟ ୪ ଭାଇଙ୍କୁ ପାଳନ ପୋଷଣ କରୁଛନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ଯୋଗାଇ ଦିଆ ଯାଇ ନାହିଁ। ସେମାନଙ୍କ ରହିବା ପାଇଁ ଘର ମଧ୍ୟ ନାହିଁ । ଜଣେ ଗ୍ରାମବାସୀଙ୍କ ଜାଗାରେ ସେମାନେ ଚାଲ ଛ ଘର କରି ରହୁଛନ୍ତି । ପୂର୍ବରୁ ତାଙ୍କ ଆଈ ଡମେନ ପହରିଆଙ୍କ ନାମରେ ଏକ ଆବାସ ଗୃହ ଆସିଥିଲା ହେଲେ ଜଣେ ଠିକାଦାର ଗୃହ କର୍ମ ଅଧାରୁ ଛାଡି ପଇସା ଖାଇ ଦେଇ କୁଆଡେ ଗାୟବ ହୋଇ ଗଲେ । ତେଣୁ ତାଙ୍କ ପ୍ରତି ଦୃଷ୍ଟି ଦେଇ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଜସୋବନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!