ଓଡିଶା ଖବର

ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି। ମଙ୍ଗଳବାର ସ୍କୁଲ ଖୋଲିବାର ପ୍ରଥମ ଦିନରୁ

ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛି। ମଙ୍ଗଳବାର ସ୍କୁଲ ଖୋଲିବାର ପ୍ରଥମ ଦିନରୁ

ଭୁବନେଶ୍ୱର: ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମିଳିବ ମଧ୍ୟାହ୍ନ ଭୋଜନ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ସମସ୍ତ ଡିଇଓଙ୍କୁ ପିଏମ୍ ପୋଷଣ ରାଜ୍ୟ ନୋଡାଲ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି । ଯେପରି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ହକରୁ ବଞ୍ଚିତ ନ ହୁଅନ୍ତୁ ସେଥିପ୍ରତି ପୁରା ଧ୍ୟାନ ଦେବାକୁ ସ୍କୁଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଜୁନ୍ ୧୮ ତାରିଖରେ ସମସ୍ତ ସ୍କୁଲ ଖୋଲିବା ପାଇଁ ଯାଉଛି ।
ସୂଚନା ଅନୁସାରେ, ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୬ ରୁ ୧୪ ବର୍ଷ ବୟସର ପ୍ରତିଟି ଛାତ୍ରଛାତ୍ରୀଙ୍କୁ ଅଧ୍ୟାହ୍ନ ଭୋଜନ ମିଳିବ । ତେବେ ଖରା ଛୁଟି ସରିବା ପରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ, ତେଲ, ଡାଲି ଏବଂ ସୋୟାବିନ୍ ସମେତ ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେବା ପାଇଁ ଥିବା ସମସ୍ତ ସାମଗ୍ରୀ ଠିକ୍ ଅଛି କି ନାହିଁ ତାହାର ସଠିକ୍ ଯାଞ୍ଚ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!