ଓଡିଶା ଖବର

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭାଜପା ପକ୍ଷରୁ ଅଭିଯୋଗ

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥାକୁ ନେଇ ଭାଜପା ପକ୍ଷରୁ ଅଭିଯୋଗ ।
ଦାରିଙ୍ଗବାଡି: ୧୫/୬: (AKN News)
ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭାଜପା କର୍ମକର୍ଭାମାନେ ପହଞ୍ଚି ସେଠାରେ ଲାଗିରହିଥିବା ଏକାଧିକ ଅବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗରେ ରହୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ ମାନଙ୍କୁ ଭେଟି ସେମାନଙ୍କ ଅସୁବଧା ବିଷୟରେ ଅବଗତ ହୋଇଥିଲେ। ବିଶେଷ କରି ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଯୋଗୁ ଅନ୍ଧାରରେ ରୋଗୀଙ୍କୁ ଚିକିତ୍ସା କରାଯାଇଥିବା ଅଭିଯୋଗ ହୋଇଛି। ଜେନେଟର ସୁବିଧା ଥାଇ ମଧ୍ଯ କୌଣସି କାରଣରୁ ତାକୁ ବ୍ୟବହାର କରାଯାଉ ନ ଥ୍ବବା ସହ ୪ଟି ଶୌଚାଳୟକୁ ରୋଗୀଙ୍କ ପାଇଁ ଖୋଲା ଯାଇଥିବା ବେଳେ ୮ ଗୋଟି ଶୈଚାଳୟରେ ତାଲା ପଡିଥିବା ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ଯ ତାକ୍ତର ଯାକେଶ ସମନ୍ତରାୟଙ୍କୁ ଭେଟି ସମସ୍ୟାର ତୁରନ୍ତ ସମାଧାନ କରାଯିବାକୁ ଦାବ କରିଥ୍‌ଲେ।
ସେହପରି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ଜଳ ଯୋଗାଣ କରାଯାଉ ନ ଥବବାରୁ ଯେଉଁ ସମସ୍ୟା ଦେଖାଯାଉଛି ତା’ର ଶୀଘ୍ର ସମାଧାନ କରାଯିବାକୁ ଦାବି କରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରରେ କାଯ୍ଯରତ ଡାକ୍ତରମାନେ ପାଳି କରି ଡିଉଟି କରୁଥିବା ଭାଜପା କର୍ମଚାରୀ ମାନେ ଅଭିଯୋଗ କରିଥିଲେ ଏହି ଟିମ୍‌ରେ ଭାଜପାର ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୂଙ୍କ ସମେତ ଦଳର ଜିଲ୍ଲା ସମ୍ପାଦକ ତଥା ଆଇନଜୀବୀ ହରେନ କୁମାର ସାହ୍ଦ ଓବିସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପୀଦକ ମିଟୁ ସାହୁ ଯୁବ ମୋର୍ଚ୍ଚାସଭାପତି ରୁଦ୍ଧନାରାୟଣ ବେହେରାଙ୍କ ସମେତ ଅନ୍ୟମାନେ ସାମିଲ ହୋଇଥିଲେ।
ଏ ନେଇ ମେଡିକାଲ ଇନଚାର୍ଜ ଯାକେଶ ସାମନ୍ତରାୟଙ୍କୁ ପଚାରିବାରୁ ଭାଜପା ଆଣିଥିବା ଅଭିଯୋଗରେ ସତ୍ୟତା ରହିଥ୍ଵବା ସେ ସ୍ବୀକାର କରିବା ସହ ଯଥାଶୀଘ୍ର ସମାଧାନ କରାଯିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତ। ସେପଟେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଲାଗିଥିବା 5 T ଓ ମୋ ସରକାର ବୋର୍ଡ ହଟାଇବା ପାଇଁ ଭାଜପା ଦାବିକରିଥିଲା ।

ଦାରିଙ୍ଗବାଡ଼ି ରୁ ଅଶ୍ୱିନ ମନ୍ତ୍ରୀଙ୍କ ରିପୋର୍ଟ AKN News ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!