ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନାଗରିକ ସମ୍ବର୍ଦ୍ଧନା

ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ନାଗରିକ ସମ୍ବର୍ଦ୍ଧନା
ବଲାଙ୍ଗିର, ସଂକଳ୍ପପତ୍ରରେ ଯାହା କୁହାଯାଇଛି, ତାହା ପାଳନ କରିବା ଆରମ୍ଭ କରିଦେଇଛି ବିଜେପି ସରକାର ବୋଲି ବଲାଙ୍ଗିର ସାମ୍ବାଦିକ ଭବନରେ ନାଗରିକ ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ କହିଛନ୍ତି । ଦୁଲ୍ଦୁଲି କଳା ପରିଷଦ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡ. ଲଳିତ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଡ. ଘାସିରାମ ମିଶ୍ର, ଗଦାଧର ବାରିକ, ଆଇନଜୀବୀ ଶଶୀଭୂଷଣ ପୁରୋହିତ, ସଂପାଦକ ବାସୁଦେବ ସା’ ପ୍ରମୁଖ ନିଜ ଭାଷଣରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଜିଲ୍ଲାର ବିଭିନ୍ନ ଦାବି ସଂପର୍କରେ ଉପସ୍ଥାପନ କରିଥିଲେ । ଶୁଭେଚ୍ଛା ଓ ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମହାଲିଙ୍ଗ ବଲାଙ୍ଗିରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି କହିଛନ୍ତି ଯେ, ପରିବର୍ତ୍ତନ ପାଇଁ ଓଡ଼ିଶାବାସୀ ବିଜେପିକୁ ଭୋଟ ଦେଇଛନ୍ତି । ଓଡ଼ିଶାରେ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନବୀକରଣ କରାଯିବ । ଦୀର୍ଘ ବର୍ଷରୁ ରହିଆସିଥିବା ସମସ୍ୟା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମହାଲିଙ୍ଗ । କାର୍ଯ୍ୟକ୍ରମରେ ସହରର ବହୁ ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ପକ୍ଷରୁ ଡ. ମହାଲିଙ୍ଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି ।
DurDuryodhana barge nka report AKN NEWS


