ଓଡିଶା ଖବର

ଭବାନୀପାଟଣା ଠାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳନ

ଭବାନୀପାଟଣା ଠାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏବଂ ଅବୈଧ କାରବାର ନିରୋଧ ଦିବସ ପାଳନ

ଭବାନୀପାଟଣା ତା ୨୬.୬.୨୦୨୪:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ମହକୁମାରେ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବ୍ୟବହାର ଏଵଂ ଅବୈଧ ଚୋରାଚାଲାଣ ନିରୋଧ ଦିବସ -୨୦୨୪ ଉପଳକ୍ଷେ ଏକ କର୍ମଶାଳା ସ୍ଥାନୀୟ ଟାଉନହଲ୍ ଠାରେ ପାଳିତ ହୋଇଯାଇଛି। ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଜିଲ୍ଲା ଅବକାରୀ ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ ତଥା ଅନ୍ୟାନ୍ୟ ବିଭାଗ ର କର୍ମକର୍ତ୍ତା ତଥା ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରୁ ଛାତ୍ର ଛାତ୍ରୀ ତଥା ଶିକ୍ଷକ ଅଂଶଗ୍ରହଣ କରିଥିଲେ। ଉତ୍ସବ ର ପ୍ରାରମ୍ଭରେ ବିଭିନ୍ନ ବିଭାଗର କର୍ମକର୍ତ୍ତା, ପ୍ରଜାପିତା ବ୍ରହ୍ମ କୁମାରୀ ର ସଭ୍ୟା ତଥା ସ୍କୁଲ କଲେଜ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଏକ ଶୋଭାଯାତ୍ରା କୁ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡି ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଶୋଭାଯାତ୍ରା ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଟାଉନ୍ ହଲ ଠାରେ ପହଞ୍ଚି ଥିଲା। ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଚନ୍ଦନ କୁମାର ବାରିକ ଙ୍କ ପୌରହିତ୍ୟ ରେ ଆୟୋଜିତ ହୋଇଥିବା ଜିଲ୍ଲା ସ୍ତରୀୟ କର୍ମଶାଳା ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ୍ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଭବାନୀପାଟଣା ବିଶ୍ଵବିଦ୍ୟାଳୟ ର ପ୍ରଧ୍ୟାପିକା ପଲ୍ଲୀଶ୍ରୀ ପଟ୍ଟନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ କୁମାର ବେହେରା, ସହକାରୀ ଜିଲ୍ଲାପାଳ ଶ୍ରୀ ଅମର ପରାସେଠ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଦୁଷ୍ମନ୍ତ ଶେଖର ପାଢ଼ୀ , ଅବକାରୀ ଇନ୍ସପେକ୍ଟର ହେମକାନ୍ତ ସୁନା ଓ ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ର ସଂଚାଲିକା ଶଶୀ ଦେବୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ସଚେତନତା ଦ୍ଵାରା ହିଁ ନିଶା ଦ୍ରବ୍ୟ ବ୍ୟବହାର ଏଵଂ ଅବୈଧ ଚୋରାଚାଲାଣ ରୋକାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା। କାର୍ଯ୍ୟକ୍ରମ ର ପୂର୍ବରୁ ଅନୁଷ୍ଠିତ ହୋଇଯାଇଥିବା ହାଇସ୍କୁଲ ଓ କଲେଜ ସ୍ତର ପ୍ରବନ୍ଧ , ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନିଶା ଦ୍ରବ୍ୟ ସେବନ ରୁ ସମ୍ପୂର୍ଣ୍ଣ ମୁକ୍ତି ପାଇଥିବା ୪ ଜଣ ଆଶିଷ ମହାନ୍ତି,ପ୍ରଶାନ୍ତ ସେଠି, ଲହଦର ବିଭାର, ସୈରେନ୍ଦ୍ର ମାଝୀ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। କୁନି କୁନି କଳାକାର ମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ସାଂସ୍କୃତିକ ନୃତ୍ୟ ଦର୍ଶକ ମାନଙ୍କ ମନକୁ ମୋହିତ କରିଥିଲା।

ବ୍ୟୁରୋ ରିପୋର୍ଟ ଏକେଏନ୍ ନ୍ଯୁଜ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!