ହେରା ପଞ୍ଚମୀ

ହେରା ପଞ୍ଚମୀ :
ଆଜି ପବିତ୍ର ମାଉସୀ ମାଁ ମନ୍ଦିରରେ ଅନୁଷ୍ଠିତ ହେବ ଏକ କୌତୁହଳ ପୁର୍ଣ, ରୋମାଞ୍ଚକାରୀ, ଆକର୍ଷଣୀୟ ତଥା ହୃଦୟସ୍ପର୍ଶୀ ଉତ୍ସବ ଯାହା “ହେରା ପଞ୍ଚମୀ” ନାମ ରେ ବିଶ୍ବ ରସିଦ୍ଧ.
“ହେରା” ଶବ୍ଦର ଅର୍ଥ ଦର୍ଶନ ଏବଂ “ପଞ୍ଚମୀ” ଶବ୍ଦର ଅର୍ଥ ପଞ୍ଚମ ଦିନ. ପୁରାଣ ଅନୁସାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥ ଯାତ୍ରା ଦିନ ମାଁ ଲକ୍ଷ୍ମୀଙ୍କୁ ପ୍ରତିଶୃତି ଦେଇଥିଲେ ମାତ୍ର ଏକ ଦିନ ପରେ ସେ ମାଉସୀ ମାଁଙ୍କ ଘରୁ ଶ୍ରୀ ମନ୍ଦିରକୁ ଫେରି ଆସିବେ.
ମାତ୍ର ଯେତେବେଳେ ମହାପ୍ରଭୁ ପାଞ୍ଚ ଦିନ ପର୍ଯ୍ୟନ୍ତ ନ ଫେରନ୍ତି ….. ମାଁ ଲକ୍ଷ୍ମୀଙ୍କର ସହନଶୀଳତା ଅସମ୍ଭାଳ ହେବାରୁ ଅତ୍ୟନ୍ତ କ୍ରୋଧର ସହ ମହାଲକ୍ଷ୍ମୀ ଅନ୍ଧାର ରାତିରେ ଏକ ପାଲିଙ୍କିରେ ବସି ମାଉସୀ ମାଁ ମନ୍ଦିରକୁ ଆସନ୍ତି. ମହାପ୍ରଭୁଙ୍କୁ ଗୋପନୀୟ ଭାବେ ଦର୍ଶନ କରିବା ପରେ ଏବଂ ଗୁଣ୍ଡିଚା ମାଁଙ୍କୁ ମନ୍ଦିର ବାହାରୁ ପୂଜା କରନ୍ତି.
ଏହାପରେ ମାଁ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ପ୍ରତିଶୋଧ ନେବା ପାଇଁ କ୍ରୋଧରେ ନନ୍ଦିଘୋଷ ରଥକୁ କ୍ଷତ କରି ଥାଆନ୍ତି ତଥା ସାରଥୀଙ୍କର ହାତ ଭାଙ୍ଗି ଦିଅନ୍ତି. ଏହି ଐତିହାସିକ ବୃତାନ୍ତ ଉପରେ ଆଧାରିତ “ହେରା ପଞ୍ଚମୀ” ମାହୋତ୍ସବ.
ଜୟ ଜଗନ୍ନାଥ 🙏


