ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟବସ୍ଥାରେ ବିପର୍ଯ୍ୟସ୍ତ,ଉପସ୍ବାସ୍ଥ୍ୟ କେନ୍ଦ୍ରାରେ ରହୁନାହାନ୍ତି ସିଏଚଓ

ଲାଞ୍ଜିଗଡ (AKN NEWS): ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ଏହି ଯୋଜନା ଗ୍ରାମାଞ୍ଚଳରେ ବାଟ ବଣା ହେବାରେ ଲାଗିଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ରେ ୨୬ଗୋଟୀ ପଞ୍ଚାୟତ ଥିବା ବେଳେ ଏଥିରେ ୧୫ରୁ ଉର୍ଦ୍ଧ୍ବ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଅପହଞ୍ଚ ହୋଇ ରହିଛି। ଲୋକେ ସ୍ବାସ୍ଥ୍ୟ ସେବା ନପାଇ ଗୁଣିଗାରେଡ଼ି ଉପରେ ଭରଷା କରୁଛନ୍ତି। ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଘାଟି ଅଞ୍ଚଳରେ ଥିବା ତ୍ରିଲୋଚନପୁର, ବିଜେପୁର, ଲାଖବାହାଲି ପାହାଡପଦର ,ବେନଗା, ଲାଞ୍ଜି,କୁମଖାଲ, ବନ୍ଦପାରୀ, ବସନ୍ତ ପଡା,ଭୂର୍ଟିଗଡ,କମର୍ଧା ବେଢ଼ା ଗାଁ ଆଦି ପଞ୍ଚାୟତରେ ସ୍ବାସ୍ଥ୍ୟ ସେବାର ଉନ୍ନତି ଆଣିବା ପାଇଁ ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଷ୍ଠୀ ଉପସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭାବେ ନିଯୁକ୍ତ କରିଛନ୍ତି। ହେଲେ ସେହି ଅଧିକାରୀ ମାନେ ଗୋଷ୍ଠୀ ଉପସ୍ବାସ୍ଥ୍ୟ କେନ୍ଦ୍ରରେ ନରହି ଅନେକ ପ୍ରକାରର ମିଥ୍ୟା ରିପୋର୍ଟ ପ୍ରସ୍ତୁତକରି ବା ଯାହା ଦ୍ଵାରା ସେହି ଅଞ୍ଚଳରେ ଥିବା ରୋଗୀମାନେ ପ୍ରକୃତ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁଯାୟୀ ଗୋଷ୍ଠୀ ଉପସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ ସର୍ବନିମ୍ନ ମାସିକ ୨୦ଦିନ ନିୟମିତ ଉପ କେନ୍ଦ୍ର ଖୋଲିବା ପାଇଁ ଧାର୍ଯ୍ୟ କରାଯାଇଛି। ହେଲେ ସ୍ବାସ୍ଥ୍ୟ ବିଭାଗର ନିୟମ କୁ ଉଲଗ୍ନ କରି ଏହି ଅଧିକାରୀ ମାନେ ଘରେ ରହି କାଗଜ ପତ୍ରରେ କାମସାରି ବିଭାଗକୁ ରିପୋର୍ଟ ପ୍ରଦାନ କରୁଛନ୍ତି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଛି। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗର ଅବହେଳା ଯୋଗୁଁ ଦୁର୍ଗମ ଅଞ୍ଚଳ ମାନଙ୍କରେ ସରକାରଙ୍କ ସ୍ବାସ୍ଥ୍ୟସେବା ଉପରେ ସନ୍ଦେହ ସୃଷ୍ଟି ହେଉଛି। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଏହି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଅଞ୍ଚଳ ରେ ବାଟବଣା ହେବାରେ ଲାଗିଛି। ସ୍ବାସ୍ଥ୍ୟ ବିଭାଗର ନିୟମ ଅନୁସାରେ ଗ୍ରାମାଞ୍ଚଳରେ ଥିବା କର୍ମଚାରୀ ମାନେ ଯଦି କାମ ନ କରିବେ ତାହେଲେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ କିପରି ଉନ୍ନତି ଆସିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଉଛି।ଏହାକୁ ନେଇ ବିଶ୍ଵନାଥ ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଭବାନୀ ଶଙ୍କର ଲେଙ୍କା ଙ୍କୁ ପଚାରିବାରୁ ସ୍ବାସ୍ଥ୍ୟ ବିଭାଗ ନିଯୁକ୍ତ କରିଥିବା ଗୋଷ୍ଠୀ ଉପସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ କେନ୍ଦ୍ରରେ ରହୁନାହାନ୍ତି। ବିଶ୍ଵନାଥ ପୁର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବାରମ୍ବାର ଜିଲ୍ଲା ସ୍ବାସ୍ଥ୍ୟ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଛୁ ହେଲେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ଣ୍ଣପାତ କରୁନାହାନ୍ତି। ଆପଣ ଯାହା ପଚାରିବା କଥା ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପଚରାନ୍ତୁ ବୋଲି ପ୍ରତିକ୍ରିୟା ଦେଇଥିବା ବେଳେ ଜିଲ୍ଲା ସ୍ବାସ୍ଥ୍ୟ ଚିକିତ୍ସା ଅଧିକାରୀଙ୍କୁ ଏ ନେଇ ପଚାରିବାରୁ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଭବାନୀ ଶଙ୍କର ଲେଙ୍କା ପରିଦର୍ଶନ କରୁ ନାହାନ୍ତି ସେଯଦି ନିୟମିତ ଉପସ୍ବାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କଲେ ଏହାର ସୁଧାର ଆସିବ ବୋଲି କହି ମୁଁ ମିଟିଙ୍ଗରେ ବ୍ୟସ୍ତ ଅଛି ବୋଲି ଫୋନ ରଖି ଦେଇଥିଲେ। ହେଲେ ଜିଲ୍ଲା ସ୍ବାସ୍ଥ୍ୟ ପ୍ରକଳ୍ପ ଅଧିକାରୀ ଦାୟିତ୍ବରେ ଥିବା ଭବାନୀ ସାହୁଙ୍କୁ ପଚାରିବାରୁ ଏସମ୍ପର୍କରେ ଆମ ପାଖକୁ ଅଭିଯୋଗ ଆସି ନାହିଁ ତଥାପି ଆମର ଏକ କମିଟି ଗଠନ ହୋଇଛି ସେହି କମିଟି ଯାଇ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଓ ଯେଉଁ ସିଏଚ ଓ ମାନେ କାର୍ଯ୍ୟରେ ଖିଲାପ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ହେଲେ ଆଗକୁ ଦେଖିବାକୁ ବାକି ରହିଲା କେବେ ଏହାର ଉଚିତ ତଦନ୍ତ କରି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉଛି l
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ପ୍ରତିନିଧି ସୁଶାନ୍ତ କୁମାର ମାଝୀ ଙ୍କ ରିପୋର୍ଟ AKN NEWS
